ମହିଳା ମଡେଲଙ୍କ ନଗ୍ନ ଫଟୋ କରି ବ୍ଲାକମେଲିଂ କରିବା ପଡ଼ିଲା ମହଙ୍ଗା, ନବରଙ୍ଗପୁରରୁ ଜଣେ ଯୁବକଙ୍କୁ ବାନ୍ଧିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ

ନବରଙ୍ଗପୁର(କେନ୍ୟୁଜ୍):  ମହିଳା ମଡେଲଙ୍କୁ ବ୍ଲାକମେଲିଂ ପଡ଼ିଲା ମହଙ୍ଗା । ନବରଙ୍ଗପୁର ଜିଲ୍ଲାର ଜଣେ ଯୁବକଙ୍କୁ ବାନ୍ଧିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ତାଙ୍କ ନାଁ ସୌରଭ ମଣ୍ଡଳ ଓ ଘର ଉମରକୋଟ ବ୍ଲକ ସୁନାବେଡା ଗାଁରେ । ଅଭିଯୋଗ ଅନୁସାରେ, ମୁମ୍ବାଇର ଜଣେ ମଡେଲଙ୍କ ଫଟୋ ସୋସିଆଲ୍‌ ମିଡିଆରୁ ଅପ୍‌ଲୋଡ କରିଥିଲା ସୌରଭ । ଏହାକୁ ଏଡିଟିଂ କରି ନଗ୍ନ ଫଟୋ ଫେସବୁକରେ ଅପଲୋଡ଼ କରି ସଂପୃକ୍ତ ମଡେଲଙ୍କୁ ବ୍ଲାକମେଲ କରି ମାଗୁଥିଲା ଟଙ୍କା ।

ଏହାପରେ ମଡେଲଙ୍କ ଭାଇଙ୍କ ଠିକଣା ଖୋଜି ମଡେଲଙ୍କୁ ବ୍ଲାକମେଲିଂ କରିଥିଲା । ଏନେଇ ମୁମ୍ବାଇ ସାଇବର ଥାନାରେ ମାମଲା ରୁଜୁ କରିଥିଲେ ମଡେଲଙ୍କ ଭାଇ । ମୁମ୍ବାଇ କ୍ରାଇମବ୍ରାଞ୍ଚ ଉମରକୋଟ ପୋଲିସ ସହାୟତାରେ ସୁନାବେଡ଼ା ସ୍ଥିତ ସୌରଭଙ୍କ ଘରେ ପହଞ୍ଚି ତାକୁ ଗିରଫ କରିଛି । ଯୁବକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଅପରାଧିକ ମାମଲାରେ ଜଡିତ ଥିବା ସୌରଭଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.