୪୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ହେଲେ ନବରଙ୍ଗପୁରର ବୋହୂ ରିଜୱାନା ବାନୋ

କେନ୍ୟୁଜ୍(ବ୍ୟୁରୋ):ଜାତୀୟସ୍ତରରେ ଚମକିଲେ ନବରଙ୍ଗପୁରର ବୋହୂ ରିଜୱାନା ବାନୋ। ଛତିଶଗଡ଼ର ରାୟପୁର ଠାରେ ଆୟୋଜିତ ଏକ ମେକଅପ ପ୍ରତିଯୋଗିତାରେ ଶ୍ରେଷ୍ଠ ମେକ୍‌ଅପ ଆର୍ଟିଷ୍ଟ ବିବେଚିତ ହୋଇଛନ୍ତି ରିଜୱାନା। ପ୍ରାୟ ୪୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ make up artist ହୋଇଛନ୍ତି। ନବରଙ୍ଗପୁର ଗାନ୍ଧୀନଗର ଶେଖନୁର ମୁଜୀବଙ୍କ ରିଜୱାନା। ଶ୍ରେଷ୍ଠ ମେକ୍‌ ଅପ୍‌ ଆର୍ଟିଷ୍ଟ ଭାବେ ସଫଳତା ଲାଭ କରିବା ଖବର ପ୍ରଚାରିତ ହେବା ପରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି।

ରାୟପୁରର ନାରୀ ଶକ୍ତି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ପ୍ରତିଯୋଗିତାରେ ନୂଆ ବୋହୂଙ୍କୁ mekup କରିବା ପାଇଁ ସର୍ବଭାରତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ ହେଇଥିଲା।

ଏଥିରେ ବଲିଉଡ ତାରକା ଉର୍ମିଳା ମାତୋଣ୍ଡେକର, ରାଜା ମୁରାଦ, ପ୍ରୀତି ଝାଙ୍ଗିଆନି ଭଳି ଅନେକ କଳାକାର ଯୋଗଥିଲେ। ରିଜୱାନା ଏବେ କୋରାପୁଟ ଜିଲ୍ଲାର କୋଟପାଡ଼ ଠାରେ ଏକ ବ୍ୟୁଟି ପାର୍ଲର ଖୋଲିଛନ୍ତି। ପରିବାର ସହଯୋଗରେ ସେ ଏହି ସଫଳତା ଲାଭ କରିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.