ନାବାର୍ଡ ସହାୟତାରେ ଗୋପାଳପୁର ବୁଣାକାରଙ୍କୁ ନେଇ ଅଣ କୃଷି ଉତ୍ପାଦ ସଂଗଠନର ଶୁଭାରମ୍ଭ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚକଗୋପାଳପୁର ଠାରେ ବୁଣାକାରଙ୍କୁ ନେଇ ଆଜି ଅଣ କୃଷି ଉତ୍ପାଦ ସଂଗଠନର ଶୁଭାରମ୍ଭ କରାଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡର ଚେୟାରମ୍ୟାନ ଜି.ଆର ଚିନ୍ତାଲା, ନାବକିଶାନର ଏମ.ଡି ତଥା ସିଇଓ ସୁଶୀଲା ଚିନ୍ତାଲା, ନାବାର୍ଡ ଓଡିଶାର ଚିଫ ଜେନେରାଲ ମ୍ୟାନେଜର ସି. ଉଦୟ ଭାସ୍କର, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ପ୍ରମୁଖ ଯୋଗଦେଇ ବୁଣାକାରମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହା ବେଶ ସହାୟକ ହେବ । ନାବାର୍ଡ ସହାୟତାରେ

ଗୋପାଳପୁର ଅଂଚଳରେ ଥିବା ବୁଣାକାରମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହ ସେମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରୀବଟା କରିବା ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରାଯିବ । ସାରା ରାଜ୍ୟ ତଥା ଦେଶରେ ଗୋପାଳପୁର ବୁଣାକାରଙ୍କ ହାତ ତିଆରି ଟସର, ସିଲକ ବସ୍ତ୍ର ସହ ବିଭିନ୍ନ ସାମଗ୍ରୀର ବେଶ ଚାହିଦା ରହିଛି । ଏନେଇ ଗୋପାଳପୁରର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି । ତେବେ ବୁଣାକାରମାନଙ୍କ ସାମଗ୍ରୀକ ବିକାଶ ପାଇଁ ନାବାର୍ଡ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ସହ ଏହାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋପାଳପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୁଣାକାର ଯୋଗଦେଇଥିଲେ ।

Leave A Reply

Your email address will not be published.