ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗିହୋଇଛି ନବାନ୍ନ । ଡିଜିଟାଲ ପ୍ଲାଟ୍‌ଫର୍ମରେ ମା’ଙ୍କ ଦର୍ଶନ କରିଛନ୍ତି ଭକ୍ତ। ପ୍ରଥମ ଥର ପାଇଁ କରୋନା କଟକଣା ଭିତରେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଛି କୃଷିଭିତ୍ତିକ ପର୍ବ ନୂଆଁଖାଇ।

ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେଉଛି ପର୍ବ। ମା’ଙ୍କ ଠାରେ ନବାନ୍ନ ଲାଗିହେବା ପରେ ଯାଇ ସମସ୍ତେ ନବାନ୍ନ ଗ୍ରହଣ କରିବେ। କରୋନା ଯୋଗୁଁ କେହି କାହା ଘରକୁ ଆସିପାରିବେ ନାହିଁ କି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.