ମିଳିଲେ ନବିନ ! ପୁଅ ସମ୍ବିତ ମିଡ଼ିଆକୁ ଦେଲେ ସୂଚନା

ଭୁବନେଶ୍ବର : ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କର ମିଳିଲା ସନ୍ଧାନ। କୋଲକାତାରେ ନବୀନ ନନ୍ଦ ଥିବା ତାଙ୍କ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଛନ୍ତି। ଏବେ ନବୀନ ନନ୍ଦ କୋଲକାତାରେ ରହୁଥିବା ହୋଟେଲକୁ ଫେରିଛନ୍ତି। ୩ ଦିନ ତଳେ ନବୀନ ନନ୍ଦ କୋଲକାତା ଯାଇଥିଲେ। ଆଜି ସେ କୋଲକାତାରୁ ବିମାନରେ ଫେରିବାର ଥିଲା। ହେଲେ ଗତକାଲି ଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ତାଙ୍କ ମୋବାଇଲ ଫୋନ ସୁଇଚ୍ ଅଫ ଥିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଯାତ ହୋଇଥିଲା। ଏହାପରେ ନବୀନ ନନ୍ଦ ନିଖୋଜ ଥିବା ନେଇ ତାଙ୍କ ପୁଅ ସମ୍ବିତ ନନ୍ଦ କୋଲକାତା ସରଣୀ ଥାନାରେ ଏତଲା ଦେଇଥିଲେ। ଏବେ ତାଙ୍କର ସନ୍ଧାନ ମିଳିଥିବା ପୁଅ ସମ୍ବିତ ନନ୍ଦ ମିଡ଼ିଆକୁ ସୂଚନା ଦେଇଛନ୍ତି। ନବୀନ ନନ୍ଦ ୨୦୦୦ ମସିହାରେ ବିଜେଡି ଟିକେଟରେ ଗଁଦିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୯ରେ ଢେଙ୍କାନାଳ ଆସନରୁ ଏନସିପିରୁ ଲଢି ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ ବିଜେଡିରେ ଅଛନ୍ତି ।

Leave A Reply

Your email address will not be published.