ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକତା ସ୍ପା’ରୁ ଗିରଫ

nabin nandaଭୁବନେଶ୍ବର: ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା। ସ୍ପା ଆଳରେ ଚାଲିଥିବା ବେଶ୍ୟାଳୟରୁ ଗିରଫ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। କୋଲକାତା ବେନିଆପୁକୁର ଥାନା ଅନ୍ତର୍ଗତ ପାର୍କଷ୍ଟ୍ରିଟ୍ ଅଞ୍ଚଳ ୮୨ ନମ୍ବର ପ୍ଲଟର ତୃତୀୟ ମହଲାରେ ଥିବା ‘ଅଲ୍ ଏବାଉଟ୍ ଫ୍ୟାମିଲି’ ସ୍ପା’ରୁ ନବୀନଙ୍କ ସମେତ ମୋଟ୍ ୧୮ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଅଛନ୍ତି ୯ ଜଣ ଦେହଜୀବୀ, ତିନି ଜଣ ଗ୍ରାହକ ଏବଂ ବାକି ୯ ଜଣ ସ୍ପା ମାଲିକ ଓ କର୍ମଚାରୀ। ବରଗଡ଼ର କ୍ରିଷ୍ଣା ଅଗ୍ରଓ୍ଵାଲ ମଧ୍ୟ ଗିରଫ ହୋଇଛନ୍ତି। ଗତ ଶନିବାର ଦିନ ପୋଲିସ୍ ସେମାନଙ୍କୁ ଗିରଫ କରି ମାମଲା ରୁଜୁ କରିଛି।

nabin ଗତକାଲି ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକାତାରେ ନିଖୋଜ ବୋଲି ତାଙ୍କ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଥିଲେ । ଗତକାଲି ତାଙ୍କର ଭୁବନେଶ୍ୱର ଫେରିବାର ଥିଲା। ହେଲେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ଥିବାରୁ ପରିବାର ଲୋକ ସନ୍ଦେହ କରିଥିଲେ। ଏହାପରେ ନବୀନ ନନ୍ଦ ନିଖୋଜ ଥିବା ନେଇ ତାଙ୍କ ପୁଅ ସମ୍ବିତ କୋଲକାତାସେକ୍ସପିୟର ସରଣୀ ଥାନାରେ ଏତଲା ଦେଇଥିଲେ। ତେବେ କେଇଘଣ୍ଟା ପରେ ତାଙ୍କର ସନ୍ଧାନ ମିଳିଥିବା ପୁଅ ସମ୍ବିତ ପୁଣି ସୂଚନା ଦେଇଥିଲେ। ନବୀନ ନନ୍ଦ ୨୦୦୦ ମସିହାରେ ବିଜେଡି ଟିକେଟରେ ଗଁଦିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ ଢେଙ୍କାନାଳ ଆସନରୁ ଏନସିପିରୁ ଲଢି ନିର୍ବାଚିତ ହୋଇଥିଲେ।

You might also like