ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ରୋଡ୍‌ ସୋ ପାଇଁ ଆଜି ଚେନ୍ନାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲି ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଏଥିପାଇଁ ଆଜି ଚେନ୍ନାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଙ୍ଗ୍ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଥିବାରୁ ରାଜ୍ୟରେ ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା । ଚେନ୍ନାଇରେ ମେକ ଇନ ଓଡ଼ିଶା ରୋଡ ସୋରେ ରାଜ୍ୟରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । କାର୍ଯ୍ଯକ୍ରମରେ ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍‌ କଂପାନୀ ପ୍ରମୁଖ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି ।

naveenpatnaikମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ । ତା ପୂର୍ବରୁ ଓଡ଼ିଶା ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ କରୁଛି । ପୂର୍ବରୁ ମୁମ୍ବାଇ, ବେଙ୍ଗାଲୁରୁ ଓ ଦିଲ୍ଲୀରେ ହୋଇଥିଲା ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଦେଶ ବାହାରେ ବି ଏନେଇ ପ୍ରଚାର ପ୍ରସାର କରାଯାଉଛି । ଶିଳ୍ପପତିଙ୍କୁ ଓଡ଼ିଶାରେ ଅନୁକୁଳ ବାତାବରଣ ନେଇ ଅବଗତ କରାଉଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.