ଓଡ଼ିଶାରେ ପ୍ଲାଷ୍ଟିକ୍ ନିଷିଦ୍ଧ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ଏରିକ୍ ସୋଲିମ୍

erik solheimଭୁବନେଶ୍ବର: ଓଡ଼ିଶାରେ ପ୍ଲାଷ୍ଟିକ୍ ନିଷିଦ୍ଧ ନିଷ୍ପତ୍ତିକୁ ସ୍ୱାଗତ କରିଛି ଜାତିସଂଘ। ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ଏରିକ୍ ସୋଲିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ଏଭଳି ପଦକ୍ଷେପକୁ ସ୍ୱାଗତ କରି ଟ୍ଵିଟ୍ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଦୁଇବର୍ଷ ମଧ୍ୟରେ ଓଡ଼ିଶା ହେବ ପ୍ଲାଷ୍ଟିକ୍‌ମୁକ୍ତ ହେବ ବୋଲି ଘୋଷଣା କରିଥିଲେ।

ଆସନ୍ତା ଅକ୍ଟୋବର ୨ ତାରିଖ, ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ମହାନଗର ଓ ପୁରୀ ସହରରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍। ପରେ ଦୁଇବର୍ଷ ମଧ୍ୟରେ ସାରା ରାଜ୍ୟରେ ଏହା କାର୍ୟ୍ୟକାରୀ ହେବ। ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ।

Leave A Reply

Your email address will not be published.