ଅସହାୟ ବୃଦ୍ଧଙ୍କୁ ଆଶ୍ରୟ ଦେଇ ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ, ରୋଗାକ୍ରାନ୍ତ ବୃଦ୍ଧଙ୍କୁ ଚିକିତ୍ସା କରାଇବା ସହ ଆଶ୍ରୟ ସ୍ଥଳୀରେ ଛାଡ଼ିଲେ

ନବରଙ୍ଗପୁର(କେନ୍ୟୁଜ୍):   ଅସହାୟ ବୃଦ୍ଧଙ୍କୁ ଆଶ୍ରୟ ଦେଇ ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଆହାର କେନ୍ଦ୍ର ପରିସରରେ ଏକ ବୃଦ୍ଧ ଅସହାୟ ଅବସ୍ଥାରେ ପଡ଼ିଥିଲେ । ଖବରପାଇ ଜିଲ୍ଲାପାଳ ବୃଦ୍ଧଙ୍କ ପାଖରେ ପହଞ୍ଚି ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡକାଇଥିଲେ । ପରେ ଆଶ୍ରା ଆଶ୍ରୟ ସ୍ଥଳୀରେ ରଖିବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବୃଦ୍ଧଙ୍କୁ ସୁରକ୍ଷିତ ଭାବେ ଝାରସୁଗୁଡ଼ାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ମହତକାର୍ଯ୍ୟ ପାଇଁ ସବୁଠି ପ୍ରଶଂସାର ସୁଅ ଛୁଟୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.