ରାଜ୍ୟ

ଅଦରକାରୀ ପ୍ଲାଷ୍ଟିକ୍ ଓ ପଲିଥିନରୁ ସୌନ୍ଦର୍ଯ୍ୟ ବୃଦ୍ଧି ସାମଗ୍ରୀ, ଯାହା ପ୍ରସ୍ତୁତ କରିଦେଖାଇଛନ୍ତି କାଶୀନଗର ଏନଏସି କାର୍ଯ୍ୟାଳୟର କର୍ମଚାରୀମାନେ

ଗଜପତି: ସମୟ ଆସିଛି କିଛି ଅଲଗା କରିଦେଖାଇବାର। ଅଦରକାରୀକୁ ବ୍ଯବହାର ଯୋଗ୍ଯ କରିବାର। ଦର୍ଶକବନ୍ଧୁ ଦିନକୁ ଦିନ ଜନସଂଖ୍ୟା ବଢି ଚାଲିଛି । ତା ସାଙ୍ଗକୁ ବଢିବାରେ ଲାଗିଛି ରାସ୍ତା ଘାଟ ଆଉ ଘରଦ୍ବାର । ଏହି ଅନୁପାତକୁ ଦେଖିଲେ ସେହି ପରିମାଣରେ ଅଦରକାରୀ ସାମଗ୍ରୀ ମଧ୍ୟ ବଢିଛି । ତେବେ ଅଦରକାରୀ ସମଗ୍ରୀ ମଧ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ଅନ୍ଯତ୍ତମ। ଏହା ମାଟି ନଷ୍ଟ କରିବା ସହିତ ପରିବେଶ ପାଇଁ ମୁଖ୍ଯତ କ୍ଷତିକାରକ ସାବ୍ଯସ୍ତ ହୋଇଛି । ଏକପ୍ରକାର କହିବାକୁ ଗଲେ ପ୍ଲାଷ୍ଟିକ୍ ଓ ପଲିଥିନ ଜୀବଜଗତ ପାଇଁ କାଳ । ତେବେ ଏହି ସାମଗ୍ରୀକୁ ବ୍ୟବହାର ପରେ ଏଣେ ତେଣେ ନ ଫୋପାଡି ଯଦି ପୁନଃବ୍ଯବହାର କରିହେବ ତାହେଲେ ତ ଦୁଃଖ ସରିଲା । ଏଭଳି ଏକ ଲୋକାଭିମୁଖି କାର୍ଯ୍ଯ କରିଦେଖାଇଛନ୍ତି ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଧ ଅଞ୍ଚଳର କର୍ମଚାରୀ ମାନେ ।

ଏ ହେଉଛି ଗଜପତି ଜିଲ୍ଲାର କାଶୀନଗର ଏନଏସି କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟରେ ଆପଣ ପ୍ରବେଶ କଲେ ଆପଣ ଦେଖିବାକୁ ପାଇବେ, ଦାମୀ ସୌନ୍ଦର୍ଯ୍ୟ ବୃଦ୍ଧି ସାମଗ୍ରୀ ସ୍ଥାନରେ ଅଲୋଡା ଓ ବ୍ୟବହୃତ ପ୍ଲାଷ୍ଟିକ, ପଲିଥିନ, ଉଲ, ସୋଲ ଭଳି ବର୍ଯ୍ୟବସ୍ତୁରେ ତିଆରି ସୌନ୍ଦର୍ଯ୍ୟ ବୃଦ୍ଧି ସାମଗ୍ରୀ। ତେବେ ଏହା କରିଦେଖାଇଛନ୍ତି ଏନଏସି କର୍ମଚାରୀ ମାନେ । ବିଭିନ୍ନ ଘର ମାନଙ୍କରୁ ସକାଳୁ ବର୍ଯ୍ୟବସ୍ତୁ ସଂଗ୍ରହ କରି ସେଥିରେ ଫୁଲଦାନୀ, ପେନ ଷ୍ଟାଣ୍ଡ୍‌, ଝୁମର, ଫୁଲଦାନୀ ଆଦି ତିଆରି କରୁଛନ୍ତି ଏନଏସିରେ କାମକରୁଥିବା ୬ଜଣ ସ୍ୱଚ୍ଛସାଥି ଓ ୨ଜଣ ସ୍ୱଚ୍ଛସାଥି ସୁପରଭାଇଜର। ନିଜ ଖାଲି ସମୟରେ ପ୍ରସ୍ତୁତ କରୁଛନ୍ତି ଏସବୁ ସାମଗ୍ରୀ।

ଏଥିପାଇଁ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଓ ଗୋଷ୍ଠୀ ସଂଗଠିକା ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେଉଛନ୍ତି । ତେବେ ଏହି ସ୍ୱଚ୍ଛସାଥି ମାନେ କେବଳ ତିନିଦିନ ନିଜ ଏନଏସି ଅଧିକାରୀ ମାନଙ୍କଠୁ ପ୍ରଶିକ୍ଷଣ ନେଇ ସୁନ୍ଦର ସୁନ୍ଦର ଘର ପ୍ରସ୍ତୁତ କରିବାରେ ସର୍ମଥ ହୋଇଛନ୍ତି । ଆଗାମୀ ଦିନରେ ଅନେକ ଜୀବଜନ୍ତୁ ସମେତ ନୂଆଁ ନୂଆଁ ସାମଗ୍ରୀ ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ କରିବା ପାଇଁ ଉଚ୍ଛା ରଖିଥିବା ସହ କାଶୀନଗର ସାହି ଗଳି କନ୍ଦିରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ ରଖିଛନ୍ତି । ତେବେ ଅଲୋଡା ବ୍ୟବହୃତ ପ୍ଲାଷ୍ଟିକ ବୋତଲରେ ରଙ୍ଗ ଦେଇ ଆର୍କଷଣୀୟ କରିବା ପରେ ଆବଶ୍ୟକ ଅନୁସାରେ ବ୍ୟବହୃତ ପଲିଥିନ ଓ ପ୍ଲାଷ୍ଟିକ ବୋତଲର ଠିପିରେ ଫୁଲ ସହ ଲୋକେ ବ୍ୟବହାର କରି ଫୋପାଡି ଥିବା ଲାଇଟରେ ବିଭିନ୍ନ ମଡେଲର ସାମଗ୍ରୀ ପ୍ରସ୍ତୁତ କରିପାରୁଛନ୍ତି । ନିଜ ଡିୟୁଟି କରିବା ସହ , ଖାଲି ସମୟରେ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।

ସେପଟେ କାଶୀନଗର ଏନଏସିରୁ ବାହାରୁଥିବା ବର୍ଯ୍ୟବସ୍ତୁକୁ କିପରି ବ୍ୟବହାର ଉପେଯାଗୀ କରାଯାଇପାରିବ ସେହି ଲକ୍ଷ ପିଛା କରୁକରୁ ଏହି ସୌନ୍ଦର୍ଯ୍ୟ କରଣ ସାମଗ୍ରୀର ପ୍ରସ୍ତୁତି ଆରମ୍ଭ କରାଯାଇଥିବା କାଶୀନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ସମ୍ପର୍ଣ୍ଣା ରାଉତ କହିଛନ୍ତି । ଅନ୍ଯପଟେ ଏଭଳି କାର୍ଯ୍ଯକ୍ରମ ଦ୍ବାରା ପରିବେଶ ଓ ଜୀବଜଗତ ଉପରେ ପ୍ଲାଷ୍ଟିକ ଓ ପଲିଥିନର କୁପ୍ରଭାବକୁ କେବଳ କାଶୀନଗର ନୁହେଁ ବରଂ ସାରା ବିଶ୍ବରୁ ରୋକାଯାଇପାରିବ ଏଥିରେ କୌଣସି ଦ୍ବନ୍ଦ ନାହିଁ ।

ଗଜପତିରୁ ସନ୍ତୋଷ କୁମାର ପଟନାୟକ

 

Sonalisa

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

4 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

9 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

40 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

47 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago