ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଦେବ ଦୁର୍ଲଭ ନାଗାର୍ଜୁନ ବେଶ, ସମସ୍ତ ନୀତିକାନ୍ତି ସହ ମନ୍ଦିରରେ ପୂଜା ପାଉଛନ୍ତି ତିନି ଠାକୁର

କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଦେବ ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ଯୋଗୁ ଭକ୍ତଙ୍କୁ ମନ୍ଦିର ଆସିବା ମନା। ସମସ୍ତ ନୀତିକାନ୍ତି ସହ ମନ୍ଦିରରେ ପୂଜା ପାଉଛନ୍ତି ତିନି ଠାକୁର।
ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ କୋରାପୁଟ ଜଗନ୍ନାଥ ମନ୍ଦିରରେ ନାଗାର୍ଜୁନ ବେଶରେ ଶାବର ଶ୍ରୀକ୍ଷେତ୍ରରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ପ୍ରଭୁ ଅପୂର୍ବ ବେଶରେ ଶୋଭାପାଉଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ ପାଳନ କରି ଭୋର୍ରୁ ନୀତିକାନ୍ତି କରାଯାଇଛି।