ଅଟୋରେ ଲେଖା ହେବ ଡ୍ରାଇଭର ଓ ମାଲିକଙ୍କ ନାଁ, ଅଣ ଓଡ଼ିଆଙ୍କ ପାଇଁ ପୋଲିସ ଭେରିଫିକେସନ୍ ବାଧ୍ୟତାମୂଳକ

ସମ୍ବଲପୁର: ଘରଭଡା ଦେଉଥିବା ମାଲିକ ସାବଧାନ । ଅପରାଧିଙ୍କୁ ଆଶ୍ରୟ ଦେଉଥିଲେ ଫସିବେ । ସମ୍ବଲପୁର ପୋଲିସ ଆଣୁଛି ନୂଆ ନିୟମ । ଅନ୍ୟ ରାଜ୍ୟରୁ ଅପରାଧ ଘଟାଇ କିମ୍ବା ସମ୍ବଲପୁରକୁ ଅନ୍ୟ କୌଣସି କାମରେ ଆସିଲେ ଦେବାକୁ ହେବ ପୋଲିସ ଭେରିଫିକେସନ ସାର୍ଟିଫିକେଟ । ଅଣ ଓଡିଆଙ୍କୁ ଆଶ୍ରୟ ଦେଲେ ପୋଲିସ ପାଖରେ ପରିଚୟ ପତ୍ରର ଜେରକ୍ସ କପି ଦେବାକୁ ହେବ । ଏନେଇ ପୋଲିସ ପ୍ରସ୍ତୁତ କରୁଛି ନୂଆ ନିୟମ । ଯାହା ବାଂଲାଦେଶୀ ତଥା ଅଣ ଓଡ଼ିଆ ଅନୁପ୍ରେବଶକାରୀଙ୍କୁ ସହଜରେ ଧରାଇଦେବ ।
ବାଂଲାଦେଶୀ ଓ ଅଣ ଓଡ଼ିଆଙ୍କ ଠାବ ପାଇଁ ସମ୍ବଲପୁର ପୋଲିସ ନେଇଛି ଏପରି ମାଷ୍ଟର ଷ୍ଟ୍ରୋକ୍ l ହନୁମାନ ଜୟନ୍ତୀ ସମନ୍ବୟ ସମିତିର ଦାବି ଉପରେ ନୂଆ ଯୋଜନା ପ୍ରସ୍ତୁତ କରୁଛି ସମ୍ବଲପୁର ପୋଲିସ । ବିନା ଅନୁମତିରେ ବାହାର ଲୋକେ ସମ୍ବଲପୁର ଆସି ପାରିବେ ନାହିଁ । ସେହିପରି ସମ୍ବଲପୁର ସହରରେ ଚାଲୁଥିବା ଅଟୋରେ ନମ୍ବରିଂ କରିବା ସହ ଅଟୋରେ ଗାଡି ମାଲିକଙ୍କ ନାଁ ଓ ଡ୍ରାଇଭରଙ୍କ ନାଁ ସହ ମୋବାଇଲ ନମ୍ବର ଲେଖିବା ବାଧ୍ୟତା ମୂଳକ ହେବ । ଆରଟିଓ ସହ ଆଲୋଚନା ପରେ ଏକ ସର୍କୁଲାର ଜାରି ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି ।
ଅଣ ଓଡ଼ିଆ ସମ୍ବଲପୁରରେ ଲୁଚି ଛପି ରହିବା ସହ ଅପରାଧିକ କାର୍ଯ୍ୟକାଳପ ଘଟାଉଥିବା ହନୁମାନ ଜୟନ୍ତୀ ସମନ୍ବୟ ସମିତି ଅଭିଯୋଗ କରି ଏସପିଙ୍କୁ ଭେଟିଛି । ଫଳରେ ଏସପି ଏହା ଉପରେ ବିଚାର କରି ନିୟମ ପରିବର୍ତ୍ତନ ହେବ ବୋଲି କହିଛନ୍ତି l ସମ୍ବଲପୁରରେ ଏହି ନିୟମ କାର୍ଯ୍ୟକାରୀ ହେଲେ ଅଧା ଅପରାଧ କମିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l
Also Read:ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING, ମାଷ୍ଟର ମାଇଣ୍ଡକୁ ପଠାଗଲା ଜେଲ