ଆଜିଠୁ ପୁଣି ନନ୍ଦନକାନନରେ ଟୟ ଟ୍ରେନ୍‌ର ମଜା, ଜଣକ ପିଛା ଟିକେଟ ମୂଲ୍ୟ ୪୦ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ପୁଣି ଟୟ ଟ୍ରେନ୍‌ର ମଜା। ଆଜିଠୁ ପୁଣି ଗଡିଛି ଟୟ ଟ୍ରେନ୍‌। ଦିନକୁ ୬ଟି ଟ୍ରିପ୍‌ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ। ଟ୍ରେନ୍‌ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକେଟ୍‌। ଜଣକ ପିଛା ଟିକେଟ ମୂଲ୍ୟ ରହିଛି ୪୦ଟଙ୍କା।

ପ୍ରତି ଟ୍ରିପରେ ୭୨ଜଣ ପର୍ଯ୍ୟଟକ ବସି ନନ୍ଦନକାନନ ବୁଲିବାର ମଜା ନେଇପାରିବେ। ଯଦି କୌଣସି ସମସ୍ୟା ନଉପୁଜେ ତାହାଲେ ଶୁକ୍ରବାର ଠାରୁ ଯାତ୍ରୀଙ୍କ ସଂଖ୍ୟା ବଢାଯିବ। କିଛି ଦିନ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟୟ ଟ୍ରେନକୁ ବନ୍ଦ କରିଦିଆଯାଇଥିଲା। ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟୟ ଟ୍ରେନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.