ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ନୂଆ ଅତିଥି ଜିରାଫ

ଭୁବନେଶ୍ୱର : ଖୁସିକୁ ମିଳିଲା ସାଥୀ । ନନ୍ଦନକାନନରେ ଦୀର୍ଘ ବର୍ଷ ଧରି ନିଃସଙ୍ଗ ଜୀବନରୁ ମୁକ୍ତି ମିଳିଛି। ଦୀର୍ଘ ଦିନର ବ୍ୟବଧାନ ପରେ ତାକୁ ସାଥୀ ମିଳିଛି । କୋଲକାତା ଆଲିପୁର ଚିଡ଼ିଆଖାନାରୁ ଦୁଇଟି ଜିରାଫ ଆଣିଛନ୍ତି କର୍ତ୍ତୁପକ୍ଷ । ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ହଳେ ଜିରାଫ ଗତକାଲି ବିଳମ୍ବିତ ରାତିରେ ଆସି ନନ୍ଦନକାନନରେ ପହଞ୍ଚିଛି । ୨ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫ ସଂଖ୍ୟା ୩କୁ ବୃଦ୍ଧି ହୋଇଛି ।

ସୂଚନା ଅନୁସାରେ ୨୦୧୨ରେ ବିହାରର ପାଟଣା ଚିଡ଼ିଆଖାନାରୁ ‘ଖୁସି’ ନାମକ ମାଈ ଜିରାଫକୁ ନନ୍ଦନକାନନ ଅଣାଯାଇଥିଲା ।  ଖୁସିକୁ ଦେଢ ବର୍ଷ ହୋଇଥିବାବେଳେ ତାର ଓଜନ ୬ କୁଇଣ୍ଟାଲ ହୋଇଥିଲା ।  ଏହାର ପ୍ରତିବଦଳରେ ନନ୍ଦନକାନନକୁ କାର୍ତ୍ତିକ ଓ ସୁଭଦ୍ରା ନାମକ ସିମ୍ପାଞ୍ଜିକୁ ଦେବାକୁ ପଡିଥିଲା ।  ପରେ ଖୁସି ପାଇଁ ସାଥୀ ଭାବରେ କୋଲକାତା ଆଲିପୁର ଚିଡିଆଖାନାରୁ ୬ ବର୍ଷର ଜୟ ନାମକ ଜିରାଫ ଅଣାଯାଇଥିବାବେଳେ ଆସିବାର ୫ ଦିନ ପରେ ଜୟର ମୃତ୍ୟୁ ହୋଇଥିଲା ।  ସେହିଦିନଠାରୁ ଖୁସି ନିଃସଙ୍ଗ ଜୀବନ ବିତାଇଥିଲା ।

 

You might also like