ବାତ୍ୟା ପାଇଁ ଦୁଇଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ନନ୍ଦନକାନନ ଅକ୍ଟୋବର ୨୩ ଓ ୨୪ ତାରିଖରେ ବନ୍ଦ ରହିବ ।  ବାତ୍ୟା ଦାନା ଯୋଗୁଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି ।  ବାତ୍ୟା ସମୟରେ ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ । ସେଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଜୀବଜନ୍ତୁଙ୍କ ପାଇଁ ବିପୁଳ ମାତ୍ରାରେ ଖାଦ୍ୟଶସ୍ୟ ରଖା ହୋଇଛି ।  ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।

You might also like