ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ନନ୍ଦନକାନନ, ହେଲେ ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ୧୦ବର୍ଷରୁ କମ୍‌ ପିଲାଙ୍କୁ ମନା

ଭୁବନେଶ୍ବର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ନନ୍ଦନକାନନ। ଦୀର୍ଘ ୩ମାସ ଧରି କୋଭିଡର ଦ୍ୱିତୀୟ ଲହର ପାଇଁ ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ। ତେବେ ପର୍ଯ୍ୟଟକ କେବଳ ଦୂରରୁ ଦେଖିପାରିବେ। ପାଖକୁ ଯିବେ ନାହିଁ। ସିଂହ ସଫାରୀ ବନ୍ଦ ରହିବ। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ। ପର୍ଯ୍ୟଟକମାନଙ୍କ ମଧ୍ୟରେ ଯେଭଳି ସାମାଜିକ ଦୂରତା ରହିବ ତା ଉପରେ ନଜର ଦିଆଯାଇଛି।

୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ୧୦ବର୍ଷରୁ କମ୍‌ ବୟସର ପିଲାଙ୍କୁ ଅନୁମତି ମିଳିବ ନାହିଁ। କାଶ, ଥଣ୍ଡା ଓ ଜ୍ୱର ଆଦି ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିିଳିବନି। ଉଭୟ ଅନଲାଇନ ଓ ଅଫ୍‌ଲାଇନରେ ମିଳିବ ଟିକେଟ। ପର୍ଯ୍ୟଟକମାନେ ନିଜ ସହ ଖାଇବା ଜିନିଷ ସାଥିରେ ନେଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.