ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସୁମ୍ବଲପୁର ସହର, ଏଥର ନନ୍ଦପଡ଼ାରେ ଦେଖିବାକୁ ମିଳିବ ଗୁଜୁରାଟି ଝଲକ

ଆଗକୁ ଆସୁଛି ଶୀତଳ ଷଷ୍ଠୀ ଯାତ୍ରା। ଏନେଇ ସମ୍ବଲପୁର ନନ୍ଦପଡା ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱର ପୀଠ। ଚଳିତବର୍ଷ ବାବା ଙ୍କ ଶ୍ୱଶୁର ଘର ତଥା ପାର୍ବତୀଙ୍କ ପିତାମାତା ରୂପରେ ଗୋଲବଜ଼ାର ଅଞ୍ଚଳର ଗିରିଷ ପଟେଲ ଓ ହଂସା ବେନ ପଟେଲଙ୍କ ପରିବାର ଏହି ଦାୟିତ୍ୱ ତୁଲାଉଛନ୍ତି । ମାତା ପାର୍ବତୀ ହେଉଛନ୍ତି ଏହି ଘରର ସାନଝିଅ । ଶୀତଳ ଷଷ୍ଠୀ ଯାତ୍ରା ପାଖେଇ ଆସୁଥିବା ବେଳେ କନ୍ଯା ପିତାମାତାଙ୍କ ଘର ଏବେ ଚଳଚଞ୍ଚଳ ହେବାକୁ ଲାଗିଛି । ନନ୍ଦପଡାର ବାବା ବାଲୁଙ୍କେଶ୍ୱରଙ୍କ ଶ୍ୱଶୁର ଘର ଲୋକେ ବାହାଘରକୁ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ଯ ସାରିବା ଉପରେ । କିଣା ସରିଛି ଝିଅକୁ ଦେବା ପାଇଁ ସମସ୍ତ ସାମଗ୍ରୀ ।

ନିଜ ଝିଅକୁ ଦେବା ପାଇଁ ସୁନା ଠାରୁ ଆରମ୍ଭ କରି ରୂପା, କଂସା ବାସନ, ପଲଙ୍କ, ଗଦି କମଳ, ପାଟ ଶାଢୀ କିଣା ସରଛି । ଏଥିପାଇଁ ମିଠା ଠାରୁ ଆରମ୍ଭ କରି କୌଣସି ଜିନିଷ ଯେପରି କମ୍‌ ନ ହୁଏ ସେଥିପ୍ରତି ପରିବାର ଲୋକେ ଦୃଷ୍ଟି ଦେଉଛନ୍ତି । ଏଥିପାଇଁ ଚଳିତବର୍ଷ ବାପଘର ସାଜିଥିବା ପଟେଲ ପରିବାରରେ କୁଣିଆ ମାନେ ମଧ୍ୟ ଆସିଛନ୍ତି। ସମସ୍ତ ପରିବାର ଏହି ପୂଜାରେ ସାମିଲ ହୋଇଛନ୍ତି । ଏହା ସହିତ ମାଆଙ୍କ ବିବାହ ପାଇଁ ପୁରା ପରିବାର ଭାବବିହେ୍ଵାଳ ହୋଇପଡ଼ିଛନ୍ତି।

ଏଥର ନନ୍ଦପଡାର କନ୍ଯାପିତାମାତା ଗୁଜୁରାଟର ମୂଳବାସିନ୍ଦା ହୋଇଥିବାବେଳେ ଓଡିଆ ରିତିନୀତିରେ ବାହାଘର ହେବ। ହେଲେ ସାଂସ୍କୃତିକ କାର୍ଯ୍ଯକ୍ରମରେ ଗୁଜୁରାତି ଝଲକ ଦେଖିବାକୁ ମିଳିବ । ରାଜସ୍ଥାନୀ ସାହାନାଇ ସାଙ୍ଗକୁ ଦାଣ୍ଡିଆ, ଗରବା ନୃତ୍ୟ ଦେଖିବେ ସମ୍ବଲପୁରବାସୀ । ଏହା ସହ ସେ ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ବିଜେପିର କିଛି ଶୀର୍ଷ ନେତୃତ୍ୱ ମଧ୍ୟ ବାହାଘରରେ ସାମିଲ ହୋଇପାରନ୍ତି । ସେପଟେ ପାର୍ବତୀଙ୍କୁ ଭଉଣୀ ହିସାବରେ ପାଇ ଗିରିଷଙ୍କ ଝିଅ ମଧ୍ୟ ବେଶ୍‌ ଖୁସି ଅଛନ୍ତି । ସେପଟେ ନନ୍ଦପଡା ପୂଜା କମିଟିର କାର୍ଯ୍ଯ ଜୋରସୋରରେ ଚାଲିଛି । ଲୋକଙ୍କୁ ଚଳିତ ବର୍ଷ ଭରପୁର ମନରଞ୍ଜନ ମିଳିବ ବୋଲି କହିଛନ୍ତି ଯାତ୍ରା କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.