ଗୁଣ୍ଡିଚା ଯାତ୍ରାରେ ପାହୁଣ୍ଡେ ଗଡ଼ିଲେ ଅଝଟିଆ କାଳିଆ ଠାକୁର, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା

ପୁରୀ : ଆଜି ସକାଳ ସାଢ଼େ ୯ଟା ୩୦ରୁ ଆରମ୍ଭ ହେବ ରଥଟଣା । ଗତକାଲି ପାହୁଣ୍ଡେ ଗଡ଼ିଥିଲା ନନ୍ଦିଘୋଷ । ରାତି ୭ଟା ୪୫ରେ ନନ୍ଦିଘୋଷ ପାହୁଣ୍ଡେ ଗଡ଼ି ଅଟକିଥିଲା ।  ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ୩ଟି ସ୍ଥାନରେ ଅଟକି ରହିଛନ୍ତି ।  ବଡ଼ ଠାରୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ରହିଛି ।  ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ଯୋଗୁଁ ଅନ୍ୟ ରଥ ଗଡ଼ିବାରେ ବିଳମ୍ବ ହୋଇଥିଲା ।

ସେହିପରି ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା ।  ପ୍ରାୟ ଦେଢ଼ ଗୁଣ ଭକ୍ତଙ୍କ ସମାଗମ ହୋଇଥିଲା ।  ମିରିଚିକୋଟ ଟାଉନ ଥାନା ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ରହିଛି ।  ସିଂହଦ୍ବାର ଆଗରେ ରହିଛି ନନ୍ଦିଘୋଷ । ରଥାରୂଢ଼ ବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।  ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ । ମହାପ୍ରଭୁଙ୍କ ଅପେକ୍ଷାରେ ଶରଧାବାଲି ।

 

ଆହୁରି ପଢ଼ନ୍ତୁ :  ଶେଷରେ ଗଡ଼ିଲା ନନ୍ଦିଘୋଷ, ରାତି ୭ଟା ୪୫ରେ ଟଣାଗଲା କଳା ଠାକୁରଙ୍କ ରଥ