କଂଗ୍ରେସର ବିଜେଡି ଲିଙ୍କ୍‌ : ନରସିଂହ ମିଶ୍ରଙ୍କୁ କୃଷ୍ଣ ଶଗରିଆଙ୍କ ଚିଠିକୁ ଧରି ଗୃହରେ ହୋହଲ୍ଲା କଲେ ବିଜେପି ବିଧାୟକ

ଭୁବନେଶ୍ବର : କଂଗ୍ରେସର ବିଜେଡି ଲିଙ୍କ୍‌ ପ୍ରସଙ୍ଗ ନେଇ ବିଧାନସଭା ହୁଲୁସ୍ତୁଲ। ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ସୁସମ୍ପର୍କ, ଏ ନେଇ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣ ଶଗରିଆ ନରସିଂହ ମିଶ୍ରଙ୍କୁ ଚିଠି ଲେଖିଥିଲେ। ବିଜେପି ଏହାକୁ ଗଣ୍ଠି କରି ବିଧାନସଭାରେ ବିଜେଡି ଓ କଂଗ୍ରେସକୁ ଘେରିବା ପାଇଁ ଉଦ୍ୟମ କରିଛି। କଂଗ୍ରେସ ଓ ବିଜେଡି ଭାଇ ଭାଇ । ପ୍ରଶ୍ନକାଳ ଆରମ୍ଭରୁ ଏମିତି ନାରା ଦେଇ ଗୃହମଧ୍ୟଭାଗକୁ ମାଡି ଆସିଥିଲେ ବିଜେପି ବିଧାୟକ। ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବିଜେପିର ଅଭିଯୋଗ, ଶାସକ ଦଳକୁ ପରୋକ୍ଷରେ ସୁହାଇଲ ଭଲି କଂଗ୍ରେସ କାମ କରୁଛି।

ସେପଟେ ବିଜେପି ଅଭିଯୋଗର ନରସିଂହ ମିଶ୍ରଙ୍କ ଜବାବ, ବିଜେଡି ଓ ବିଜେପି ମଧ୍ୟରେ ସମ୍ପର୍କ କାହାକୁ ଅଛପା ନୁହେଁ। ଉଭୟ ୨୦୦୯ ଯାଏ ସରକାରରେ ଥିଲେ। ନରସିଂହ କହିଛନ୍ତି, ମୁଁ କଂଗ୍ରେସରେ ଅଛି, ଶେଷ ନିଶ୍ୱାସ ଯାଏ କଂଗ୍ରେସରେ ଥିବି। ବିଜେପି କେବଳ ଗଣମାଧ୍ୟମରେ ପ୍ରଚାର ପାଇଁ ଏଭଳି ପ୍ରସଙ୍ଗ ଉଠାଇ ବିଧାନସଭା ମୂଲ୍ୟକୁ ନଷ୍ଟ କରୁଛି। ସେପଟେ କଂଗ୍ରେସ ଓ ବିଜେପି ବିବାଦରୁ ନିଜକୁ ଦୂରେଇ ରଖିଛି ବିଜେଡି। ଦଳ କହିଛ, ଆମେ ଉଭୟ ଦଳଠାରୁ ସମଦୂରତା ରକ୍ଷା କରୁଛୁ।

ଆଜି ପ୍ରଶ୍ନ କାଳରେ ଗୋଟିଏ ପଟେ ବିଜେପି, କଂଗ୍ରେସ ବିଜେଡି ଲିଙ୍କ କଥା ଉଠାଇଥିଲା। ସେପଟେ ଶାସକ ଦଳର ବିଧାୟକମାନେ ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ନାରାବାଜି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.