ନରସିଂହପୁର ଚତରାପଦା ଖେସେରା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା! କେବେ ଭାଙ୍ଗିବ ବନ ବିଭାଗର ନିଦ

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବନ ବିଭାଗ ଅନ୍ତର୍ଗତ ଚତରାପଦା ଖେସେରା ଜଙ୍ଗଲରେ ପୁଣି ଏକ ଅସୁସ୍ଥ ଦନ୍ତା ହାତୀ ଦେଖିବାକୁ ମିଳିଛି । ଯାହା ସନ୍ଦେହ କରାଯାଉଛି ଶିକାରୀଙ୍କ ଦ୍ଵାରା ଗୁଳିବିଦ୍ଧ ହୋଇ ହାତୀଟି ଅସୁସ୍ଥ ହୋଇପଡିଛି ।

ବଡ଼ମ୍ବା ନରସିଂହପୁରରେ ବାରମ୍ବାର ହାତୀ ମୃତ୍ୟୁ ଏବଂ ହାତୀ କଙ୍କାଳ ଉଦ୍ଧାର ହେବା ପରେ ବି ବନ ବିଭାଗର ନିଦ ଭାଙ୍ଗୁନି । ଏବେ ଏବେ ନରସିଂହପୁର ସଂରକ୍ଷିତ ବାରସୀଙ୍ଗା ଜଙ୍ଗଲରେ ହାତୀ ମୃତ୍ୟୁ ହେଇଥିବାବେଳେ ମାତ୍ର ଦଶ ରୁ ପନ୍ଦର ଦିନ ମଧ୍ୟରେ ପୁଣି ଆଜି ଏହି ଦନ୍ତାକୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ହାତୀଟି ଦେହରେ ୪ଟି ଗୁଳି ବାଜି ଥିବାର ସନ୍ଦେହ କରୁଥିବାବେଳେ, ବନ ବିଭାଗ ଘଟଣା ଲୁଚାଇ ସଫେଇ ଦେଇ କହୁଛି, ଏହା ଦନ୍ତା ଦନ୍ତା ମଧ୍ୟରେ ଲଢେ଼ଇ ଲାଗି ହାତୀଟି ଅସୁସ୍ଥ ହୋଇଛି । ତେବେ ସୂଚନା ଥାଉକି, ଚତରାପଦାର କିଛି ଲୋକ ଏହି ଅସୁସ୍ଥ ଦନ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.