ଚାଷୀ ସମ୍ପର୍କ ଅଭିଯାନ : କୃଷକଙ୍କ ସହ ସିଧା କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଓଡ଼ିଶା ସମେତ ୯ଟି ରାଜ୍ୟର କୃଷକଙ୍କ ସହ ଡିଜିଟାଲ କନ୍‌ଫରେନ୍ସ ଜରିଆରେ କଥା ହେବା ବେଳେ କୃଷକଙ୍କ ସମସ୍ୟା ସଂପର୍କରେ ମୋଦି ଆଲୋଚନା କରିଛନ୍ତି । ଏହି ଅବସରରେ ସେ କୃଷକଙ୍କ ଆୟ କିପରି ବଢ଼ିବ, ସେ ନେଇ ଅନେକ ପରାମର୍ଶ ଦେଇଥିଲେ । ଦେଶକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତା ସବୁଠାରୁ ଅବହେଳିତ ଥିବା ନେଇ ମୋଦି ଉଦ୍‌ବେଗ ପ୍ରକାଶ କରିଛନ୍ତ । ସରକାରୀ ଯୋଜନାରୁ କୃଷକ କିପରି ଲାଭବାନ ହେବେ, ଉନ୍ନତମାନର କୃଷି ପ୍ରଣାଳୀ ଆପଣାଇବେ, କୃଷିକ୍ଷେତ୍ରରେ ବିଜ୍ଞାନ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଥିଲେ । ଓଡ଼ିଶାର ଅନୁଗୁଳ ଜିଲ୍ଲାର କୃଷକମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ବ୍ୟକ୍ତିଗତ ଅନୁଭବ କଥା କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.