ନାଳ ଭିତରକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ମୟୁରଭଞ୍ଜ : ନାଳ ଭିତରକୁ ଖସିଲା କାର୍ ।  ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ ।  କାର ମଧ୍ୟରେ ଥିବା ତିନି ଜଣ ମହିଳାଙ୍କ ସହିତ ଜଣେ ପୁରୁଷ ଓ ଜଣେ ନାବାଳକକୁ ଉଦ୍ଧାର କରାଯାଇଛି ।  ୫ ଜଣଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୟୁରଭଞ୍ଜ ବାଙ୍ଗିରିପୋଷି ଥାନା ଧଡାଙ୍ଗିରି ନିକଟରେ ଦୁର୍ଘଟଣା ଘଟିଛି ।

ଅଯୋଧ୍ୟା ବୁଲି ସାରିବା ପରେ ଟ୍ରେନରେ ଆସି ରାଇରଙ୍ଗପୁରରେ ପହଞ୍ଚିଥିଲେ ।  ରାଇରଙ୍ଗପୁରରୁ କାରରେ ନୀଳଗିରି ଯାଉଥିବାବେଳେ ବାରସାମ୍ୟ ହରାଇ ଏକ ନାଳ ଭିତରକୁ ଖସିପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

You might also like