ଭାରତ ଗ୍ୟାସ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ବଡ ଅଘଟଣରୁ ବର୍ତ୍ତିଲେ କର୍ମଚାରୀ

ବାଲେଶ୍ବର : ବଡ ଅଘଟଣରୁ ବର୍ତ୍ତିଲେ କର୍ମଚାରୀ । ବାଲେଶ୍ବର ନୀଳଗିରି ଭାରତଗ୍ୟାସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । ଠାକୁର ଘର ଦୀପ ନିଆଁରୁ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ସୂଚନା ରହିଛି । ଦୁଇମହଲା ବିଶିଷ୍ଟ କାର୍ଯ୍ୟାଳୟର ଉପର ମହଲାରେ କେନ୍ଦ୍ରର ମୁଖ୍ୟ ବିଜୟ ଶତପଥୀ ରହୁଛନ୍ତି ।
ଭୋର ସମୟରେ ଉପର ମହଲାରେ ଥିବା ଠାକୁର ଘରେ ପୂଜାର୍ଚ୍ଚନା କରିଥିଲେ । ଦୀପ ଜଳାଇ ଦେଇ ପରିବାର ଲୋକେ ନିଜ କାର୍ଯ୍ଯରେ ବାହାରକୁ ଚାଲିଯାଇଥିଲେ। କୌଣସି କାରଣ ବଶତଃ ଦୀପ ନିଆଁରୁ ନିଆଁ ଲାଗି ନିକଟରେ ଥିବା କାଠ ଆଲମିରା ଓ ଝରକାରେ ଥିବା ସ୍କ୍ରିନ ଜଳିଯାଇଥିଲା ।
ଝରକାର କାଚ ଗୁଡିକ ତାତି ଭାଙ୍ଗି ତଳେ ପଡିଥିଲା । ଫଳରେ ତଳ କାର୍ଯ୍ୟାଳୟର କର୍ମଚାରୀମାନେ ଉପରେ ମହଲାରେ ଅଗ୍ନିକାଣ୍ଡ ହୋଇଥିବା ଜାଣି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
Also read: ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ, ଭିତରେ ଥିଲେ ୫୦୦ ପିଲା