ଗୃହରେ ପୁଣି ଉଠିଲା ନାଥୁରାମ ଗଡସେ ପ୍ରସଙ୍ଗ, ଶୂନ୍ୟକାଳରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭାରେ ପୁଣି ଉଠିଲା ଗଡ୍‌ସେ ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଆଜି ଗୃହରେ ପୁଣି ନାଥୁରାମ ଗଡସେ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଥିଲେ, କଂଗ୍ରେସ କେବେ ବନ୍ଦେ ମାତରମ୍‌ କହିବା ପାଇଁ କାହାର କଣ୍ଠରୋଧ କରିନାହିଁ । କାହାକୁ କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ବିଜେପି ସଦସ୍ୟ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ମୁର୍ଦ୍ଦାବାଦ୍‌ କହିବେ ତ ? ବିଜେପିର କିଛି ନେତା ନାଥୁରାମ ଗଡସେଙ୍କୁ ଭଗବାନ ବୋଲି କହୁଛନ୍ତି । ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଉଥିବା ବେଳେ ବିଜେପି ସଦସ୍ୟମାନେ ବିରୋଧ କରିଥିଲେ । ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ସମୟ ନଷ୍ଟ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.