ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

ବିକାଶ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏନେଇ କିଟ୍‌ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ୍‌ ଭୁବନେଶ୍ୱର ଚାପ୍ଟର ଏବଂ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହାକୁ ଆୟୋଜନ କରିଛନ୍ତି । ଏଥିରେ ଦେଶବ୍ୟାପୀ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ୱର(କେନ୍ୟୁଜ) : ବିକାଶ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏନେଇ କିଟ୍‌ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ୍‌ ଭୁବନେଶ୍ୱର ଚାପ୍ଟର ଏବଂ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହାକୁ ଆୟୋଜନ କରିଛନ୍ତି । ଏଥିରେ ଦେଶବ୍ୟାପୀ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ବିଜ୍ଞାନର ପ୍ରୟୋଗ କରି ଅକ୍ଷୟ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିବା, ଶକ୍ତି ଦକ୍ଷତାକୁ ଉନ୍ନତ କରିବା, କୃଷି କ୍ଷେତ୍ରର ବିକାଶ, ବର୍ଜ୍ୟବସ୍ତୁ ହ୍ରାସ କରିବା ଜଳ ବିଶୋଧନ କରିବା ଜଳବାୟୁ ପରିବର୍ତ୍ତନ ହ୍ରାସ କରିବା ଏବଂ ଜୈବ ବିବିଧତା ପରିବେଶ ସୁରକ୍ଷା ଏବଂ ଆମେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ନିଜ ପାଇଁ ଏବଂ ଭବିଷ୍ୟତ ପିଢି ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଉକ୍ତ ସମ୍ମିଳନୀରେ ଅତିଥିମାନେ ଆଲୋଚନା କରିଥିଲେ ।

ଏଥିରେ ISCA ସାଧାରଣ ସଭାପତି ଭି.ଏଲ୍‌ ସକସେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ‘ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’ କିପରି ଆମ ପରିବେଶ ଉପରେ ଆମ ପ୍ରଭାବକୁ ହ୍ରାସ କରେ ଏବଂ ଏକ ସ୍ଥୟୀ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରି ଏକ ଉନ୍ନତ ବିଶ୍ୱ ଗଠନ କରିବାରେ ସାହାର୍ଯ୍ୟ କରିବାର ସାମର୍ଥ୍ୟ ରଖିଛି ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଯୋଗଦେଇ ସମାଜର ଉନ୍ନତି ବିଷୟରେ ସଭିଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ISCA ସମ୍ପାଦକ ଡ.ଏସ୍‌ ରାମକୃଷ୍ଣ ଯୋଗଦେଇ ନବସୃଜନ ଏବଂ ଅନୁସନ୍ଧାନ, ଗ୍ରାମୀଣ ବିକାଶ ଓ ମହିଳା ସଶକ୍ତିକରଣ ବିଷୟରେ କହିଥିଲେ । ISCA କୋଷାଧ୍ୟକ୍ଷ ପ୍ରଫେସର ସେଓ ସତ୍ୟପ୍ରକାଶ ଜନସଂଖ୍ୟା ଅର୍ଥନୌତିକ, ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ବିଷୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ISCAର ପୂର୍ବତନ ସଭାପତି ଡ.ଏମ.କେ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.