ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ କିସ୍ ରେ ଜାତୀୟ ଗୌରବ ଦିବସ ପାଳିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜାଦିର ଅମୃତ ମହୋତ୍ସବ ପାଳନ୍ କରୁଛି ପୁରା ଦେଶ । ଆଜି ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଏହି ଅବସରରେ କିସ୍ ପରିସରରେ ଜାତୀୟ ଗୌରବ ଦିବସ ପାଳିତ ହୋଇଛି। କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଓଡ଼ିଶା ସରକାର ଙ୍କ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା , ଗମେଣ୍ଟ ଅଫ ଇଣ୍ଡିଆର ମିନିଷ୍ଟ୍ରି ଅଫ କଲଚର୍ ଜଏଣ୍ଟ ସେକ୍ରେଟାରୀ ଉମା ନନ୍ଦୁରି , କିଟ୍ ବିଶ୍ବବିଦ୍ୟାଳୟ ଭାଇସ ଚାନ୍ସଲର ପ୍ରଫେସର୍ ସସ୍ମିତା ସାମନ୍ତ ,କିସ୍ ଭାଇସ୍ ଚାନ୍ସଲର ପ୍ରଫେସର୍ ଦୀପକ କୁମାର ବେହେରା, କିସ୍ ରେଜିଷ୍ଟର ଡ ପ୍ରଶାନ୍ତ କୁମାର ରାଉତରାୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ବିର୍ସା ମୁଣ୍ଡା ଙ୍କ ଜୀବନୀ ଉପରେ ଅତିଥିମାନେ ନିଜର ଅଭିଭାଷଣ ରେ କହିଥିଲେ ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଜନ ଜାତି ଙ୍କ କଳା ସଂସ୍କୃତି କୁ ନୃତ୍ୟ ଗୀତ ମାଧ୍ୟମରେ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଆଜାଦି କି ଅମୃତ ମହୋତ୍ସବର ଏକ ଭିଡ଼ିଓ ପ୍ରଦର୍ଶିତ କରାଯାଇଥିଲା । କିସ୍ ର ପିଲା ମାନେ ନୃତ୍ୟ ପରିବେଷଣ କରିଥିଲେ । କିସ୍ ହେଉଛି ବିଶ୍ବ ର ପ୍ରଥମ ଜନଜାତି ବିଶ୍ଵ ବିଦ୍ୟାଳୟ ଏଠାରେ ପିଲାଙ୍କୁ ରହିବା ଖାଇବା ସମ୍ପୂର୍ଣ୍ଣ ଫ୍ରି କରାଯାଇଛି ଏହାକୁ ନେଇ ନିଜ ଖୁସି ବ୍ୟକ୍ତ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.