କଳିଙ୍ଗନଗର ଭିସା ଷ୍ଟିଲ କାରଖାନାକୁ ଏନଜିଟି ଛାଟ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ

କଳିଙ୍ଗନଗର(କେନ୍ୟୁଜ୍): କଳିଙ୍ଗନଗର ଭିସା ଷ୍ଟିଲ କାରଖାନାକୁ ଏନଜିଟି ଛାଟ । କାରଖାନାରୁ ନିର୍ଗତ ବିଷାକ୍ତ ଓ ଦୂଷିତ ଜଳ ବିନା ଟ୍ରିଟମେଣ୍ଟରେ ଗଣ୍ଡାନାଳକୁ ଛାଡି ଦିଆଯାଉଛି । ଫଳରେ ଆଖପାଖ ଅଞ୍ଚଳର ଚାଷ ଜମି ଗୁଡିକରେ ବିଷାକ୍ତ ପାଣି ମାଡିି ବ୍ୟାପକ ଫସଲ ନଷ୍ଟ ହେଉଛି । ଏହା ପ୍ରଭାବରେ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେଉଛି । ସ୍ଥାନୀୟ ଅଞ୍ଚଳର ଲୋକେ ବିଭିନ୍ନ ପ୍ରକାର ଭୟଙ୍କର ରୋଗର ଶିକାର ହେଉଛନ୍ତି। ଯାହା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା କାଗଜପତ୍ରରୁ ସ୍ପଷ୍ଟ ହୋଇଛି । ତେବେ ଏ ସମସ୍ୟା ନେଇ କଳିଙ୍ଗନଗର ପରବେଶ ସୁରକ୍ଷା ସମିତି ପକ୍ଷରୁ ପ୍ରଦୂଷଣ ବିଭାଗ ନିକଟରେ ଅଭିଯୋଗ କରାଯାଇଛି । ହେଲେ ଏଥିପ୍ରତି କାହାରି ନଜର ନାହିଁ ।

ଫଳରେ ସମିତି ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଚାଷୀ ଏନଜିଟିର ଦ୍ୱାରସ୍ଥ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ପାଣିରେ ସିଆନାଇଡ, କ୍ରୋମିୟମ, ଫେନଲ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରିତ ଥିବା ଜଣାପଡିଛି । ଯାହାକୁ ଆଧାର କରି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏସପିସିଏସକୁ କାରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଆଧାର କରି ଏନଜିଟି ପକ୍ଷରୁ କାରଖାନାକୁ ବନ୍ଦ କରିବା ସହ ଏହା ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଜିଟିର ଦୃଢ ହସ୍ତକ୍ଷେପ ପରେ ପ୍ରଦୂଷଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

Leave A Reply

Your email address will not be published.