ଭୁବନେଶ୍ୱର: ଆଜି ସମଗ୍ର ଭାରତରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେଉଥିବା ବେଳେ କିଟ୍ ଓ କିସ୍ର ମଧ୍ୟ ପାଳନ ହୋଇଛି ଏହି ଦିବସ । କିଟ୍ ହସ୍ତତନ୍ତ ଦିବସ ପାଳନ କଲେ ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ୨ତାରିଖରୁ ୧୫ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ଆମେରିକାର ସିଟି ୟୁନିଭରସିଟି ଅଫ୍ ନ୍ୟୁୟର୍କ (କ୍ୟୁନି ବିଶ୍ୱବିଦ୍ୟାଳୟ)ର ୪୦ ଜଣିଆ ପ୍ରତିନିଧିମଣ୍ଡଳ ।
୩୦ଜଣ ଛାତ୍ରଛାତ୍ରୀ, ୧୦ଜଣ ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ଏହି ଆମେରିକୀୟ ପ୍ରତିନିଧିମଣ୍ଡଳ ଓଡ଼ିଶାରେ ପ୍ରସିଦ୍ଧ ସମ୍ବଲପୁରୀ ହାତବୁଣା କୁର୍ତ୍ତା ପିନ୍ଧିଥିବା ପରିଲକ୍ଷିତ ହୋଇଥିଲା । କିଟ୍ ଓ କିସ୍ ପକ୍ଷରୁ ସେମାନଙ୍କୁ ସମ୍ବଲପୁରୀ ହାତବୁଣା କୁର୍ତ୍ତା ଯୋଗାଇ ଦିଆଯାଇଥିଲା ।
ଆଜି କିଟ୍ ଓ କିସ୍ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁରୀ ହାତବୁଣା କୁର୍ତ୍ତା ପିନ୍ଧିଥିଲେ । ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ ମାଧ୍ୟମରେ ଏହି ୪୦ଜଣିଆ ଟିମ୍ କିଟ୍ ଓ କିସ୍ର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିସହ ଓଡ଼ିଶାର ହସ୍ତତନ୍ତ ପ୍ରସ୍ତୁତ କୁର୍ତ୍ତାର ବେଶ ପ୍ରଶଂସା କରିଥିଲେ।