ଧୋଇଗଲା ୨୦ ନମ୍ବର ଜାତୀୟ ରାଜପଥ, ଗାଡି ଚଳାଚଳ ବନ୍ଦ ଗାଡି ରଖି ଚାଲି ଚାଲି ଗଲେ ଲୋକେ

ଚାନ୍ଦବାଲି (କେନ୍ୟୁଜ୍‌) : ରାସ୍ତା ଧୋଇନେଲା ବନ୍ୟା ଜଳ। କୁଆଖିଆ-ଆରଡି ୨୦ ନମ୍ବର ଜାତୀୟ ରାଜପଥର ଓଳଗ ପଞ୍ଚାୟତର ବୋଡକଠାରେ ମୁଖ୍ୟ ରାସ୍ତାକୁ ଧୋଇନେଇଛି ବନ୍ୟା ପାଣି। ବୋଡକଠାରେ ବୈତରଣୀ କୂଳ ଲଂଘିବାରୁ ବନ୍ୟା ପାଣି ୨ ଦିନ ହେଲା ରାସ୍ତାରେ ଚାଲୁଛି । ତେବେ ଆଜି ବୋଡକଠାରେ ମୁଖ୍ୟ ରାସ୍ତାଟି ଦବିବା ସହ ଧୋଇ ହୋଇଯାଇଛି । ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ୪ ଚକିଆ ଯାନ ବନ୍ଦ ରହିଛି।

ତେବେ ଆଜି ସଂକ୍ରାନ୍ତି ଥିବାରୁ ଭକ୍ତମାନେ ବିଭିନ୍ନ ସ୍ଥାନରୁ ଯାଜପୁର ପଟୁ ଏହି ରାସ୍ତା ଦେଇ ଆରଡିର ଆଖଣ୍ଡଳମଣୀ ପୀଠକୁ ଆସିଥିଲେ। ହେଲେ ଉକ୍ତ ରାସ୍ତାରେ କିଛି ଭକ୍ତଙ୍କର ୪ଚକିଆ ଯାନ ଦୀର୍ଘ ସମୟ ଧରି ଫସି ରହିଥିଲା । ରାସ୍ତାଟି ଧୋଇ ହୋଇ ଯାଇଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଭକ୍ତମାନେ ବିପଦପୂର୍ଣ୍ଣ ଅବସ୍ତାରେ ଗାଡି ରଖି ଚାଲି ଚାଲି ଆସିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.