୬ ଘଣ୍ଟା ଧରି ୫୫ ନମ୍ବର ଜାତୀୟ ରାଜପଥ ଜାମ୍, ଛିଡା ହୋଇ ରହିଛି ଶହ ଶହ ଟ୍ରକ
ଅନୁଗୋଳ: ୬ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଛିଡା ହୋଇ ରହିଛି ଶହ ଶହ ଟ୍ରକ। ଅନୁଗୋଳର ଏକ ଘରୋଇ କମ୍ପାନୀକୁ ଯନ୍ତ୍ରାଂଶ ଯାଉଥିବା କାରଣରୁ 55 ନମ୍ବର ଜାତୀୟ ରାଜପଥ ଜାମ୍ ହୋଇ ରହିଛି। ଫଳରେ ଅନୁଗୋଳ ରନ୍ତଳେଇ ଠାରୁ ନାଲକୋ ପର୍ଯ୍ୟନ୍ତ ଶହ ଶହ ଟ୍ରକ ଛିଡା ହୋଇ ରହିଛି । ଏହାକୁ ନେଇ ବାଧାପ୍ରାପ୍ତ ହୋଇଛି ଯାତାୟାତ। ଟ୍ରାଫିକ ଜାମ୍ ଯୋଗୁଁ ସ୍ଥାନୀୟଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।