ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ଦୋଷୀ ବିରୋଧରେ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

କଟକ : ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଡାକ୍ତର ଦିଲବାଗ ସିଂ ଗିରଫ ଘଟଣାରେ ପୋଲିସ କମିଶନର ଓ ପୋଲିସ ଡିଜିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ପୁରା ଘଟଣାର ତଦନ୍ତ ଓ ଦୋଷୀ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏନେଇ କମିଶନଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଏସସିବି ମେଡିକାଲ୍ କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ସୂଚନା ଅନୁସାରେ ଅଗଷ୍ଟ ୧୧ ତାରିଖରେ ଜଣେ ଡାକ୍ତରଙ୍କ ସଂପର୍କୀୟ ଦୁଇଜଣ ମହିଳା ଇକୋ ଟେଷ୍ଟ ପାଇଁ ଯାଇଥିବା ବେଳେ ସେଠାରେ ଅନ୍ୟ ଜଣେ ଡାକ୍ତର ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ସଂପୃକ୍ତ ମହିଳାଙ୍କ ସଂପର୍କୀୟ ମାନେ ଅଭିଯୁକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୀଡ଼ିତା ମହିଳାଙ୍କ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରିଥିଲା ।