ଆଜି ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ପାଳିତ ହେବ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’

ଭୁବନେଶ୍ବର: କିଟ୍‌ ଓ କିସ୍‌ର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ଆଜି ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ ପାଳିତ ହେବ । ଚଳିତ ବର୍ଷ କନ୍ୟା କରିଣ ପକ୍ଷରୁ ରାଷ୍ଟ୍ରୀୟ କନ୍ୟାକିରଣ ଦିବସର ବିଷୟବସ୍ତୁ ରଖାଯାଇଛି ‘ମୁଁ ପଢିବି ମୁଁ ବଢିବି’ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପୟାସ କ୍ରମେ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ଆରମ୍ଭ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ ଜାତୀୟ ଆଲୋଚନା ଚକ୍ରରେ ‘ସମ୍ପର୍କ’ର ମୁଖ୍ୟ ତଥା ଆଇଆଇଏମ, ଅହମ୍ମଦାବାଦର ସହାୟକ ପ୍ରଫେସର ଡ. ସି୍ମତା ପ୍ରେମଚନ୍ଦର, ବିଶିଷ୍ଟ ଡେଭଲପମେଣ୍ଟ ପ୍ରଫେସନାଲ୍‌ ସର୍ଯ୍ୟମଣି ରାଉଳ ଏବଂ ‘ପ୍ରଜ୍ଜ୍ୱଳା’ର ପ୍ରତିଷ୍ଠାତା ଡ଼. ସୁନୀତା କ୍ରିଷ୍ଣନ୍‌ ବକ୍ତା ଭାବେ ଯୋଗଦେବେ । କନ୍ୟାାକରିଣର ଅନ୍ୟତମ ଅଭିଯାନ ସ୍ୱରୂପ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କଳିଙ୍ଗ ଫେଲୋସିପ ନାମରେ ଏକ ବଶ୍ୱସ୍ତରୀୟ ଫେଲୋସିପ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ସମଗ୍ର ଏସିଆ ମହାଦେଶରେ କନ୍ୟା ସନ୍ତାନ ଓ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ନିର୍ଯାତନା ବିରୋଧରେ ଶୂନ୍ୟ ସହନଶୀଳତା ସୃଷ୍ଟି କରିବା ହେଉଛି ଏହି ଫେଲୋସିପ୍‌ର ଉଦ୍ଦେଶ୍ୟ। ବିଗତ ୫ ବର୍ଷ ଧରି ଅନୁଷ୍ଠତି ହୋଇଆସୁଥିବା କଳିଙ୍ଗ ଫେଲୋସିପ୍‌ରେ ବିଶ୍ୱର ୪୮ଟି ଦେଶର ବିଶିଷ୍ଟ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ ଓ ପ୍ରଶାସକ ଅଂଶଗ୍ରହଣ କରିଥାନ୍ତି । ଏଥିରେ ପ୍ରତିବର୍ଷ ଦେଶର ପ୍ରମୁଖ ସହରଗୁଡିକରେ ୫ ଦିନିଆ କର୍ମଶାଳା ଅନଷ୍ଠିତ ହୋଇଥାଏ । ଉଭୟ କାର୍ଯ୍ୟକ୍ରମକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାର ଓ ପ୍ରସାର ଘଟାଇ ସମାଜରେ ପରିବର୍ତ୍ତନ ଅଣାଯିବା ଲକ୍ଷ୍ୟ ରହିଛିି ବୋଲି ଏହାର ପ୍ରତିଷ୍ଠାତା ଡ. ସାମନ୍ତ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.