ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମର ତଥ୍ୟ ମିଥ୍ୟା: ନବୀନ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କ ସଂପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ଖବର ସଂପୂର୍ଣ୍ଣ ମିଥ୍ଯା, କପୋଳକଳ୍ପିତ, ଅପମାନସୂଚକ ଓ ବଦନାମ କରିବାକୁ ଉଦ୍ଦିଷ୍ଟ ବୋଲି ନବୀନ କହିଛନ୍ତି । ବିଜେପି ନବୀନ ପଟ୍ଟନାୟକଙ୍କ ସହ ସଂପର୍କରେ ରହିଥିବା ନେଇ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବରରେ ଉଲ୍ଲେଖ ହୋଇଛି । ଏଥିରେ ବିଜେପି ପାର୍ଲାମେଣ୍ଟରେ ସହଯୋଗ ଓ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ନବୀନଙ୍କ ସହ କଥାବାର୍ତ୍ତା କରିଥିବା ପ୍ରକାଶ ପାଇଛି। ରାଜ୍ୟସଭାରେ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ନାହିଁ । ବିଜେଡିର୯ ଜଣ ସାଂସଦ ରହିଛନ୍ତି।
ବିଭିନ୍ନ ବିଲ ପାସ ବେଳେ ବିଜେଡିର ସମର୍ଥନ ଆବଶ୍ୟକ। ସେହିପରି ବିଧାନସଭାରେ ବିଜେଡିର ୫୧ ଜଣ ବିଧାୟକ ରହିଥିବା ବେଳେ ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ବେଳେ ସମର୍ଥନ ଜରୁରୀ । ରିପୋର୍ଟରେ କୁହାଯାଇଛି, ଏ ପ୍ରସଙ୍ଗରେ ନବୀନ ପଟ୍ଟନାୟଙ୍କ ସହ କଥା ହୋଇଥିଲେ ଅମିତ ଶାହ । ନବୀନ ସମର୍ଥନ ପାଇଁ ରାଜି ହୋଇଥିଲେ। କିନ୍ତୁ ସର୍ତ୍ତ ରଖିଥିଲେ, ବିଜେପି ପାଣ୍ଡିଆନଙ୍କ ସହ ସଂପର୍କ ଚ୍ଛିନ୍ନ କଲେ ସମର୍ଥନ ଦେବେ ବୋଲି ନବୀନ କହିଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ହୋଇଛି।
ସେହିପରି ବିଜେଡିକୁ ଭାଗ ଭାଗ କରିବାକୁ ବିଜେପି ନେତୃମଣ୍ଡଳୀକୁ ପାଣ୍ଡିଆନ ପ୍ରତିଶ୍ରୁତି ଦେଉଥିବା ମଧ୍ୟ ସେଥିରେ ଉଲ୍ଲେଖ ରହିଛି । ଏ ସଂପର୍କରେ ନବୀନ କହିଛନ୍ତି, ପାଣ୍ଡିଆନ ଅତ୍ୟନ୍ତ ଉତ୍ସର୍ଗୀକୃତ, ସ୍ବଚ୍ଛମନୋଭାବ ନେଇ ଦକ୍ଷତାର ସହ ଦଳ ଓ ଦଳ ପାଇଁ ସେବା କରିଛନ୍ତି । ଏଥିପାଇଁ ସେ ଜଣାଶୁଣା ଓ ସମ୍ମାନିତ ମଧ୍ୟ ବୋଲି କହିଛନ୍ତି ନବୀନ । ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସର ରେସିଡେଣ୍ଟ ଏଡିଟର ସାହିଦ ଆଫ୍ରିଦି ବିଜେପି-ବିଜେଡି ଡିଟଣ୍ଟ ଶୀର୍ଷକ ଏକ ଲେଖା ପ୍ରକାଶିତ କରିଛନ୍ତି ।