ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ମାସ: ଏଥର ସପ୍ତାହେ ନୁହଁ ମାସେ ଧରି ଚାଲିବ ସଚେତନତା ଅଭିଯାନ, ଓଡ଼ିଶାକୁ ଦୁର୍ଘଟଣାମୁକ୍ତ କରିବାକୁ ସରକାରଙ୍କ ଆହ୍ଵାନ

ଭୁବନେଶ୍ୱର: ସଡ଼କ ସୁରକ୍ଷା ସପ୍ତାହ ନୁହଁ, ଏଥର ସଡ଼କ ସୁରକ୍ଷା ମାସ । ଆଜିଠୁ ଆରମ୍ଭ ହୋଇଛି ସଡକ ସୁରକ୍ଷା ମାସ ଓ ରାଜ୍ୟସ୍ତରୀୟ ସୁରକ୍ଷା ଯାତ୍ରା । ଭୁବନେଶ୍ୱରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ସଡ଼କ ସୁରକ୍ଷା ମାସରେ ବିଶେଷ କରି ଯୁବ ପୀଢ଼ିଙ୍କୁ ଅଧିକ ସଚେତନ କରାଯିବ । ଦେଶରେ ନୂଆ ମୋଟର ଯାନ ଆଇନ ଆସିବା ପରଠାରୁ ୨୦୨୦ରେ ଦେଶରେ ଦୁର୍ଘଟଣା ୧୦ ପ୍ରତିଶତ ହ୍ରାସ ପାଇଛି । ଲକଡାଉନ ସମୟରେ ବହୁ ମାତ୍ରାରେ କମିଥିଲା। କିନ୍ତୁ ଅନଲ୍‌କ ପରେ ଦୁର୍ଘଟଣା ସଂଖ୍ୟା ବଢିଛି ।

roadପ୍ରତିବର୍ଷ ଦେଶରେ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଅକାଳରେ ପ୍ରାଣ ହରାଉଛନ୍ତି ଦେଢ ଲକ୍ଷ ଲୋକ । ପ୍ରାୟ ୩ଲକ୍ଷ ଲୋକ ଅକର୍ମଣ୍ୟ ହୋଇ ଯାଉଛନ୍ତି । ଦ୍ରୁତ ଗତି ଆଣୁଛି ମହା ବିପତ୍ତି । ଯେତିକି ଦୁର୍ଘଟଣା ଘଟୁଛି ସେଥିରୁ ୭୧ ପ୍ରତିଶତ କେବଳ ଦ୍ରୁତ ଗାଡ଼ି ଚାଳନାରୁ ହେଉଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ମିଳିତ ଭାବରେ ସଡକ କୁରକ୍ଷା ମାସ କାର୍ଯ୍ୟକ୍ରମ ଆୟୋଜନ କରୁଛି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । କାର୍ଯ୍ୟକ୍ରମରେ ପରିବହନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ଓ OFDC ଚେୟାରମ୍‌ଆନ୍‌ କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.