କୋଭିଡ କଟକଣା ମଧ୍ୟରେ କିସ ପରିସରରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌) : କୋଭିଡ କଟକଣା ମଧ୍ୟରେ କିସ ପରିସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ । କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କିସ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ପ୍ରଶାନ୍ତ ରାଉତ, ଡେପୁଟି ରେଜିଷ୍ଟ୍ରାର ପ୍ରମୋଦ କୁମାର ପାତ୍ର, କିଟ କ୍ରୀଡା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ଅବସରରେ କିସର ଅନ୍ତର୍ଜାତୀୟ ଖେଳାଳି ଓ କୋଚ ମଧ୍ୟ ଉପସ୍ଥିତ ଥିଲେ । ଡକ୍ଟର ସାମନ୍ତ ହକିର କିମ୍ବଦନ୍ତୀ ଖେଳାଳି ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇଥିଲେ ।

Leave A Reply

Your email address will not be published.