ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଲା ୧୩ ତମ ତୋଷାଳି ମେଳା, ଚଳିତ ବର୍ଷର ଥିମ ରହିଛି ‘ତନ୍ତୁକୃତି’

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ୧୩ ତମ ତୋଷାଳୀ ନ୍ୟାସନାଲ କ୍ରାଫ୍ଟ ମେଳା । ଚଳିତ ବର୍ଷ ମେଳାର ଥିମ ରହିଛି ‘ତନ୍ତୁକୃତି’ ।

to1ଏହି ଅବସରରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସେହ୍ନାଙ୍ଗୀନୀ ଛୋରିଆ, ସଂସ୍କୃତି ଓ ପଯ୍ୟର୍ଟନ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ନ୍ୟାସନାଲ କ୍ରାଫ୍ଟ ମେଳା ବା ତୋଷାଳୀ ମେଳା ଜାନୁଆରୀ ୧୩ ତାରିଖ ଯାଏ ଚାଲିବ । ମେଳାରେ ୩୮୦ଟି ଷ୍ଟଲ ପଡିଛି । ରାଜ୍ୟ ତଥା ରାଜ୍ୟ ବାହାରର ଷ୍ଟଲାରେ ଲୋକଙ୍କ ଭିଡ ଜମୁଛି ।