କିଟ୍ ଓ କିସ୍ ପରିଦର୍ଶନ କଲେ ବିଭିନ୍ନ ରାଜ୍ୟର ରାଷ୍ଟ୍ରୀୟ ୟୁଥ ଆୱାର୍ଡି

ଭୁବନେଶ୍ୱର : ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଖ୍ୟାତି ସମ୍ପନ୍ନ ୟୁଥ ଆୱାର୍ଡି ଓ ଇନ୍ଫ୍ଲୁଏନ୍ସରମାନଙ୍କର ୫୦ଜଣିଆ ପ୍ରତିନିଧି ଦଳ ୩ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଛନ୍ତି । ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ ବୁଲିବା ସହ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ ।
ପୁନିତ ପ୍ରଧାନଙ୍କ ସଂଯୋଜନା କ୍ରମେ ଓଡ଼ିଶା, ରାଜସ୍ଥାନ, ଆସାମ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିଆଣା, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟରୁ ଏହି ଯୁବଗୋଷ୍ଠୀ କିଟ୍ ଓ କିସ୍ ବୁଲି ଦେଖିବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି । ଆଜି ସେମାନେ ଶ୍ରୀ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ ।
ଏଭଳି ଅନୁଷ୍ଠାନ ସେମାନେ କେବେ ଦେଖି ନଥିବା ପ୍ରକାଶ କରିଥିଲେ । ଶିକ୍ଷାର ପ୍ରସାର ଦିଗରେ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ । ଆସନ୍ତା କାଲି ସେମାନେ ସ୍ମାର୍ଟ ଗ୍ରାମ କଲରାବାଙ୍କ ପରିଦର୍ଶନ କରିବା ସହ ଓଡ଼ିଶାର ସ୍ଥାନୀୟ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳ ପରିଦର୍ଶନ କରିବେ । ଏହି ଅବସରରେ ସେମାନେ ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ୍ ଗିଭିଂ ପ୍ରୟାସରେ ଅନୁପ୍ରାଣିତ ହୋଇ ଏହାକୁ ଆହୁରି ଆଗକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।