୯ରୁ ଭିତରକନିକାରେ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା

ରାଜନଗର : ୯ ତାରିଖରୁ ଆରମ୍ଭ ହେବ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ।  ପ୍ରତିବର୍ଷ ପରି ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହେବ ।  ୯ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ୫ ଦିନ ଧରି ଏହି ପକ୍ଷୀ ଗଣନା ଚାଲିବ । କନିକା ରେଞ୍ଜ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜର ବାଲିଡିଆରେ ଏହି ପକ୍ଷୀ ଗଣନା କରାଯିବ ।  ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନ ବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ।

 

You might also like