ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ: ଦେଶୀ ଡଙ୍ଗା ବୁଡ଼ି ୨ ନିଖୋଜ, ୩ ଉଦ୍ଧାର

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସିନ୍ଦିଗୁଡ଼ା ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବାରୁ ୨ଜଣ ନିଖୋଜ ହୋଇଛନ୍ତି । ଡଙ୍ଗାରେ ଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ମାଲକାନଗିରି (କେନ୍ୟୁଜ): ଡଙ୍ଗା ବୁଡ଼ି ଦୁଇ ନିଖୋଜ । ଦିନକ ପରେ ମଧ୍ୟ ମିଳିପାରିନାହିଁ ନିଖୋଜଙ୍କ ପତ୍ତା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସିନ୍ଦିଗୁଡ଼ା ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବାରୁ ୨ଜଣ ନିଖୋଜ ହୋଇଛନ୍ତି । ଡଙ୍ଗାରେ ଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଆନ୍ଧ୍ରର ପଡ଼ାଲପୁଟ ଗାଁ କୁ ବାହାଘର ପାଇଁ ଯାଇ ଫେରୁଥିବା ବେଳେ ଅଘଟଣ ଘଟିଛି । ନିଖୋଜ ୨ଜଣ ହେଲେ ଦିଣ୍ଡିଗୁଡା ଗାଁର ସଜିତ କିଡ଼ିଙ୍ଗା ଏବଂ ବଳରାମ କିଡିଙ୍ଗା । ଘଟଣାସ୍ଥଳରେ ଖଇରପୁଟ ଅଗ୍ନିଶମ ବିଭାଗ ଟିମ୍‌ ଏବଂ ମୁଡୁଲିପଡା ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.