ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ପାଳିତ ହେଉଛି ମହାସପ୍ତମୀ ପୂଜା, ଦର୍ଶନ ପାଇଁ ଜମିଛି ଭିଡ଼

ଚାଲିଛି ଜଗତଜନନୀ ମା’ ଙ୍କ ଆରଧନା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି । ଏଥିପାଇଁ ପ୍ରାତଃ କାଳରୁ ମା’ ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ ପାଳିତ ହେଉଛି । ଦିନ ତମାମ ମା’ ଙ୍କୁ ଷୋଷଶ ଉପଚାରରେ ପୂଜା କରାଯିବା ପରେ ପ୍ରତିଦିନ ଭଳି ଅପରାହ୍ନରେ ମା’ ଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ମା’ ଙ୍କୁ ରଥରେ ଦର୍ଶନ କରିବା ସହିତ ରଥ ଟାଣିବା ପାଇଁ ଶଦ୍ଧାଳୁଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି ।

ସାରା ଦେଶରେ ରହିଥିବା ୫୧ ଟି ଶକ୍ତିପୀଠ ମଧ୍ୟରୁ ଯାଜପୁରର ବିରଜା ଶକ୍ତୀପୀଠରେ ରହିଛି ସ୍ୱତନ୍ତ୍ର ପରମ୍ପରା । ଏଠାରେ ମା ବିରଜା ଏକମାତ୍ର ଦ୍ୱିଭୂଜା ଦେବୀ ଭାବେ ପୂଜା ପାଇଥାନ୍ତି । ଜଗତଜନନୀ ମା ଙ୍କ ପୂଜା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଏବେ ଖୁବ ଚଳଚଂଚଳ । ବଧୁବେଶରେ ସଜାଇ ହୋଇଛି ମାଆଙ୍କ ମନ୍ଦିର। । ମା’ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ଆଜି ମା’ ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିିଛି। ପ୍ରତିବର୍ଷ ଏହି ନବରାତ୍ରରେ ମା’ଙ୍କ ପାଦ ସ୍ପର୍ଶ ଏବଂ ସିଂହାସନରେ ମୁଖଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବିଶେଷ ଆଗ୍ରହ ରହିଥାଏ ।

ପରମ୍ପରା ଅନୁଯାୟୀ ନବରାତ୍ରରେ ମା’ ଙ୍କୁ ପବିତ୍ର ବୈତରଣୀ ନଦୀର ଜଳରେ ସ୍ନାନ କରାଯାଇଥାଏ । ସକାଳୁ ମା’ ଙ୍କ ପାଦ ସ୍ପର୍ଶ ଏବଂ ମୁଖଦର୍ଶନ ପରେ ମାଙ୍କୁ ଷୋଷଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ । ମାଙ୍କ ରଥଯାତ୍ରା ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିିଳିଛି । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ରହିଥିବାରୁ ଶ୍ରଦ୍ଧାଳୁ ମାନେ ରଥଯାତ୍ରାରେ ସାମିଲ ହୋଇପାରୁନଥିଲେ । କିନ୍ତୁ ଚଳିତବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁଙ୍କ ବିଶେଷ ଭିଡ ଦେଖିବାକୁ ମିଳିଛି । ଚଳିତ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଏବଂ ଜିଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ସଫେଇକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ମା’ଙ୍କ ପୀଠରେ ଆସନ୍ତାକାଲି ମହାଷ୍ଟମୀ ଏବଂ ମଂଗଳବାର ଦଶହରା ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.