ନବୀନଙ୍କ ନୂଆ ଟିମ ,୮୧ ଜଣ ପ୍ରମୁଖ ନେତାଙ୍କୁ ନେଇ ନୂଆ ଟିମ କଲେ ଘୋଷଣା

ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ ।  ୮୧ ଜଣ ପ୍ରମୁଖ ନେତାଙ୍କୁ ନେଇ ନୂଆ ଟିମ ଘୋଷଣା କଲେ ବିଜେଡି ସୁପ୍ରିମୋ ।  ଟିମରେ ୭୧ ଜଣ ରାଜ୍ୟ ପଦାଧିକାରୀ ଏବଂ ୧୦ ଜଣ ଫ୍ରଣ୍ଟାଲ ୱିଙ୍ଗ ବା ସେଲ ମୁଖ୍ୟ ରହିଛନ୍ତି ।  ଟିମର ୩ଟି ପ୍ରମୁଖ ଲକ୍ଷ୍ୟ ରହିବ ସାମ୍ପ୍ରତିକ ରାଜନୈତିକ ଚ୍ୟାଲେଞ୍ଜର ମୁକାବିଲା, ସଂଗଠନକୁ ପୁନର୍ଜୀବିତ ଏବଂ ମଜବୁତ କରିବା ଏବଂ ଭବିଷ୍ୟତର ନିର୍ବାଚନୀ ଲଢ଼େଇ ପାଇଁ ପ୍ରସ୍ତୁତ ହେବା ।  ନୂଆ ଟିମରେ ନେତୃତ୍ବ ଢାଞ୍ଚାରେ ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ଅଛନ୍ତି। ନେତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଛି ।

ଦଳ ପରିଚାଳନା, ସମର୍ଥନ ଜୁଟାଇବା, ଆଗାମୀ ନିର୍ବାଚନ ପାଇଁ ରଣନୀତି ନିର୍ଦ୍ଧାରଣ କରିବା ଓ ରାଜନୈତିକ ଗତିବିଧି ପାଇଁ ନେତାଙ୍କୁ ଦିଆଯାଇଛି ଦାୟିତ୍ବ ।  ତୃଣମୂଳ ସ୍ଥରରେ ସଂଗଠନକୁ ମଜଭୁତ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟରେ ନୂଆ ଟିମରେ ସବୁ ଅଂଚଳ ଓ ଗୋଷ୍ଟୀର ନେତାଙ୍କୁ ସ୍ଥାନ ମିଳିଛି ।  ଦଳ ଆଗରେ ଥିବା ନୂଆ ରାଜନୈତିକ ଚ୍ୟାଲେଞ୍ଜ, ସଂଗଠନକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତ ନିର୍ବାଚନକୁ ଆଖି ଆଗରେ ରଖି ଟିମରେ ନୂଆ ନେତାଙ୍କୁ ଦାୟିତ୍ବ ମିଳିଛି ।  ଏହାସହ ବିଜେଡିକୁ ଫେରିଲା ପିଏସି ।  ନବୀନ ଗଠନ କଲେ ପଲିଟିକାଲା ଆଫାୟର୍ସ କମିଟି, ପିଏସି ।

ଶୀର୍ଷ ସ୍ଥରରେ ରହି ଏହି କୋର୍ କମିଟି ସବୁ ନିଷ୍ପତ୍ତି ନିଏ ।  ଆଜି ନବୀନ ୧୦ ଜଣିଆ ରାଜନୈତିକ ବ୍ୟାପାର କମିଟିଘୋଷଣା କରିଛନ୍ତି । ଏହି ୧୦ ଜଣିଆ କୋର୍ କମିଟିର ଗୁରୁତ୍ବ ଅଧିକ।  ସବୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନିଏ ଏହି କମିଟି ।  ନିର୍ବାଚନୀ ରଣନୀତି କଣ ରହିବ, କିଏ ପ୍ରାର୍ଥୀ ହେବେ, ନୀତି ନିର୍ଦ୍ଧାରଣ ଏବଂ ଦଳ ଲକ୍ଷ୍ୟ ହାସଲ ସୁନିଶ୍ଚିତ ନେଇ ପଦକ୍ଷପ ଆଦି ସମ୍ପର୍କରେ ଏହି କମିଟି ନିଷ୍ପତ୍ତି ନିଏ ।  କମିଟିର ଅଧ୍ୟକ୍ଷ ଅଛନ୍ତି ନବୀନ ପଟ୍ଟନାୟକ।

ଏହି କମିଟିରେ ଅଛନ୍ତି ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଳ୍ଲିକ ଭଳି ବରିଷ୍ଠ ନେତା ।  ଏହି କମିଟିରେ ଅଭିଜ୍ଞ ଓ ଯୁବ ବର୍ଗଙ୍କୁ ସ୍ଥାନ ମିଳିଛି।  ଏହି କମିଟି ପ୍ରମୁଖ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ଥିର କରେ ।  ଏହି ଆଭିମୁଖ୍ୟ ଜନତାଙ୍କ ନିକଟରେ ପହଞ୍ଚାଇ ସମର୍ଥନ ଜୁଟାଇବା ଦିଗରେ ସହାୟକ ହୁଏ ।  ଏହି କମିଟି ଦଳର ବିଭିନ୍ନ ଶାଖା ମଧ୍ୟରେ ସମନ୍ବୟ ରଖେ ଏବଂ ଦଳ ଭିତରେ ଦ୍ବନ୍ଦ୍ବ କରି ସଂଗଠନକୁ ମଜଭୁତ କରେ ।  ବିଜେଡି ଗଠନ ବେଳେ ପଲଟିକାଲ ଆଫାୟର୍ସ କମିଟି ଥିଲା। ଦଳର ସବୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତି ଏହି କମିଟି ନେଉଥିଲା ।

Also read: ବିଜେଡିର ରାଜନୈତିକ ବ୍ୟାପାର କମିଟି ଗଠିତ, ୧୦ ଜଣିଆ କମିଟିର ଅଧ୍ୟକ୍ଷ ନବୀନ ପଟ୍ଟନାୟକ