୪ ବର୍ଷରେ ୨ ଗୁଣ ବଢ଼ିଛି କୃଷି ବଜେଟ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭୁବନେଶ୍ୱରରେ କୃଷକ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ପ୍ରଥମ ଦିନ ସେ ବଲାଙ୍ଗିର ବ୍ଲକ୍ର ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ବାବଦରେ କଥା ହୋଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୪ ବର୍ଷରେ କୃଷି ବଜେଟ୍ ୨ ଗୁଣ ବଢ଼ିଛି । ରାଜ୍ୟରେ କୃଷି ଉତ୍ପାଦନ ଆଶାତୀତ ବୃଦ୍ଧି ପାଇଛି । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । କୃଷକ ସଚେତନତା କାର୍ଯ୍ୟକ୍ରମରେ ୩୧୪ ବ୍ଲକର ଚାଷୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଦିନ ଗୋଟିଏ ଲେଖାଏଁ ବ୍ଲକ୍ର କୃଷକଙ୍କ ସହ ଆଲୋଚନା କରିବେ ।