Categories: ରାଜ୍ୟ

ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ ’ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’

ଭୁବନେଶ୍ବର : ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ । ଉଦଘାଟିତ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ । ଭୁବନେଶ୍ୱର ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଙ୍କୁ ସ୍ୱାଗତ କରି ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି କନକ୍ଲେଭ୍‌ ବେଶ ଆଗକୁ ବଢ଼ିଛି । ଦିନେ କଳା ଓ ସଂସ୍କୃତି ପାଇଁ ଓଡ଼ିଶା ଦେଶ ବିଦେଶରେ ପରିଚିତ ଥିଲା । ଏବେ ସେହି ଓଡ଼ିଶା ଦକ୍ଷ ମାନବ ସମ୍ବଳ ପାଇଁ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଯୁବପୀଢ଼ୀ I AM ODISHA କ୍ୟାମ୍ପେନର ବାର୍ତ୍ତା ବହକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ସେହି ଯୁବପୀଢ଼ୀଙ୍କ ପାଇଁ ଉତ୍ସର୍ଗକୃତ ଯେଉଁମାନଙ୍କ ପାଇଁ ରାଜ୍ୟ ଶିଳ୍ପର ବିକାଶ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଏଥିରେ ଦେଶ ବିଦେଶର ବହୁ ଶିଳ୍ପପତିଙ୍କ ସମେତ ୮ଶହ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ସାଢ଼େ ୧୦ଟାରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ପ୍ଲିନାରୀ ରହିଛି । ଏହାପରେ ୧୨ଟା ୪୫ରେ ଲିଡରସିପ୍‌ ସମିଟ୍‌ ଅନୁଷ୍ଠିତ ହେବ । ମୁଖ୍ୟ ଆକର୍ଷଣ ହେବେ ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀ । ଅମ୍ବାନୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ କ’ଣ କହିବେ ଓ କି ଘୋଷଣା କରିବେ ତାଉପରେ ଓଡ଼ିଶା ଶିଳ୍ପ ଜଗତର ନଜର ରହିଛି । ଏହାପରେ ଅପରାହ୍ନ ୩ଟାରେ ଜାପାନ୍‌ ସେମିନାର ରହିଛି । ଏଥିରେ ଜାପାନିଜ୍‌ କମ୍ପାନୀକୁ ଓଡ଼ିଶାର ମାନ୍ୟୁଫାକଚରିଂ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବ । ଏଥିରେ ମିତ୍‌ସୁବିସି ହେଭି ଇଣ୍ଡଷ୍ଟ୍ରିଜ, ମାରୁବେନି, ଜେଏଫଇ ଷ୍ଟିଲ, ନିସିନ୍‌ ଫୁଡ୍‌, ମିତସୁଇ ଓ ତାହାହାତା ପ୍ରେସିସନ୍‌ ଭଳି କମ୍ପାନୀ ସାମିଲ ହେବେ । ମେକ୍‌ ଇନ ଓଡ଼ିଶାର କଣ୍ଟ୍ରି ପାର୍ଟନର ରହିଛି ଜାପାନ । କେବଳ ଜାପାନ ନୁହେଁ ସମ୍ମିଳନୀରେ ଫ୍ରାନ୍ସ, ରୁଷ, ସାଉଦିଆରବ, ୟୁଏଇ ଆଦି ଦେଶରୁ ବିଜିନେସ ଡେଲିଗେଟ୍ସ ସାମିଲ ହେବେ ।

ଏଥର ଫୋକସରେ ରହିଛି ବିଦେଶୀ ପୁଞ୍ଜିନିବେଶ । ତେଣୁ ଓଡ଼ିଶାରେ ନିବେଶ ପାଇଁ ରହିଛି ପର୍ଯ୍ୟାପ୍ତ ସୁଯୋଗ । ଉତ୍ତମ ବାତାବାରଣ ସାଙ୍ଗକୁ କଞ୍ଚାମାଲର ସୁବିଧା । ମେକ ଇନ ଓଡ଼ିଶା ସମ୍ମିଳନୀରେ ଏମିତି ବାର୍ତ୍ତା ବିଦେଶୀ ଶିଳ୍ପସଂସ୍ଥାଙ୍କୁ ଦେବା ପାଇଁ ଉଦ୍ୟମ କରିବେ ରାଜ୍ୟ ସରକାର । ଆଇ ଆମ ଓଡ଼ିଶା ମାଧ୍ୟମରେ ବିଦେଶୀ ଶିଳ୍ପ ପ୍ରତିନିଧିଙ୍କ ଆଗରେ ରାଜ୍ୟର ଶିଳ୍ପ ସଂପର୍କିତ ତଥ୍ୟ ରଖାଯିବ । ଏହି କନକ୍ଲେଭରେ ମୁକେଶ ଅମ୍ବାନୀଙ୍କ ସମେତ କୁମାର ମଙ୍ଗଳମ ବିର୍ଲା, ଏନ.ଚନ୍ଦ୍ରଶେଖରନ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରତିଷ୍ଠିତ ଶିଳ୍ପପତି ମଧ୍ୟ ଭାଗ ନେବେ । ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ୨୮ଟି ଦେଶର ରାଷ୍ଟ୍ରଦୂତ ଓ ୫୦ ବିଦେଶୀ କଂପାନୀ ଭାଗ ନେବେ । ଆସନ୍ତା ୧୫ ତାରିଖ ପର‌୍ୟ୍ୟନ୍ତ ଚାଲିବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

6 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

7 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago