ରାଜ୍ୟ

ଷ୍ଟ୍ରଙ୍ଗ ସେଣ୍ଟର, ଷ୍ଟ୍ରଙ୍ଗ ଷ୍ଟେଟ୍‌ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ, ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବ ବୋଲି କହିଲା ବିଜେଡି

ଷ୍ଟ୍ରଙ୍ଗ ସେଣ୍ଟର, ଷ୍ଟ୍ରଙ୍ଗ ଷ୍ଟେଟ୍‌ । ଦେଶର ଦୁଇଟି ବଡ଼ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି ବଡ଼ ବାର୍ତ୍ତା। ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବ ବୋଲି ବିଜେଡି ସ୍ପଷ୍ଟ କରିଛି।

ଲୋକସଭାରେ ସଂଖ୍ୟା ଦୃଷ୍ଟିରୁ ଏନଡିଏକୁ କୌଣସି ସମସ୍ୟା ନାହିଁ। ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ରାଜ୍ୟ ସଭାରେ ଏନ୍‌ଡିଏକୁ ସଂଖ୍ୟାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଜରିଆରେ ବିଜେଡି ସୁପ୍ରିମୋ ବଡ଼ ବାର୍ତ୍ତା ଦେଇଛନ୍ତି ବୋଲି କୁହାଯାଉଛି।

ଅନାସ୍ଥା ପ୍ରସ୍ତାବ ଆସିବା ପରେ କେନ୍ଦ୍ର ସରାକରଙ୍କ ପ୍ରତି କୌଣସ ବିପଦ ନଥିଲା। ଏକଥା ସମସ୍ତେ ଜାଣନ୍ତି। ଲୋକସଭାରେ ଏନଡ଼ିଏର ପୂର୍ଣ୍ଣ ବହୁମତ ରହିଛି। କିନ୍ତୁ ଅନାସ୍ଥା ପ୍ରସ୍ତାବକୁ ବିଜେଡି ସୁପ୍ରିମୋ ବିରୋଧ କରିବା ଏକ ନୂଆ ବାର୍ତ୍ତା ଦେଇଛି। ଷ୍ଟ୍ରଙ୍ଗ ସେଣ୍ଟର, ଷ୍ଟ୍ରଙ୍ଗ ଷ୍ଟେଟ୍‌ ପାଇଁ ବିଜେଡି ସୁପ୍ରିମୋ ବାର୍ତ୍ତା ଦେଇଛନ୍ତି।

ପ୍ରତିରକ୍ଷା, ବୈଦେଶିକ ନୀତିରେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରିଆସିଛି ବିଜେଡି। କେନ୍ଦ୍ର ସରକାରଙ୍କ ସହ ବିଜେଡିର ସମାନ ମତ ରହି ଆସିଛି। ଚୀନର ବିସ୍ତାରବାଦୀ ନୀତି ହେଉ କି ପାକିସ୍ତାନର ଆତଙ୍କବାଦ୍‌, ଏ କ୍ଷେତ୍ରରେ କେନ୍ଦ୍ର ସହ ସ୍ୱର ମିଳାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସାରା ବିଶ୍ୱ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି।

ୟୁକ୍ରେନ-ରୁଷ ଯୁଦ୍ଧଠାରୁ ଆରମ୍ଭ କରି ଚୀନ ସହ ଭାରତ ବିବାଦ ଭଳି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ରହି ଆସିଛି ବିଜେଡି। ତେଣୁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାରେ କେନ୍ଦ୍ର ସରକାଙ୍କୁ ସମର୍ଥନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

41 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago