ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ । ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ୱନ୍ଦରେ ହୋଇଛନ୍ତି ନିର୍ବାଚିତ । ରାଜ୍ୟ ପରିଷଦ ବୈଠକରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା କରାଯାଇଛି । ନବୀନ ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନିର୍ବାଚିତ ହେବା ପରେ ଓଡ଼ିଶାର ପ୍ରିୟ ନେତା ବିଜୁ ବାବୁଙ୍କୁ ସ୍ମରଣ କରିଥିଲେ ବିଜେଡି ସୁପ୍ରିମୋ । କହିଥିଲେ, ବିଜୁ ବାବୁଙ୍କ ଆଦର୍ଶ ଆମକୁ ସବୁବେଳେ ବାଟ ଦେଖାଇବ । ଲୋକଙ୍କ ଆଶୀର୍ବାଦରୁ ୨୪ ବର୍ଷ ଧରି ରାଜ୍ୟର ସେବା କରିଥିଲା ବିଜେଡି ।

୨୦୦୦ରୁ ୨୦୨୪ ରାଜ୍ୟ ବିକାଶର ସୁବର୍ଣ୍ଣ ଯୁଗ ଥିଲା । ବିଜେଡି ସବୁବେଳେ ରାଜ୍ୟବାସୀଙ୍କ ସେବା କରି ଚାଲିଛି , ଆଗାମୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କ ସେବା କରିବ ବୋଲି କହିଛନ୍ତି ନବୀନ । ଆଞ୍ଚଳିକ ବିକାଶ ଉପରେ ବିଜେଡିର ଫୋକସ୍ । ଓଡ଼ିଶାର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ । ଓଡ଼ିଶାର ସ୍ଵାଭିମାନ ଆମ ପାଇଁ ସବୁଠୁ ଊର୍ଦ୍ଧ୍ଵରେ ବୋଲି କହିଥିଲେ ନବୀନ ।

ଆହୁରି ପଢନ୍ତୁ: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ