ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ହିତରେ ନିଷ୍ପତ୍ତି ନେବାକୁ ଦେଲେ ପରାମର୍ଶ

ଭୁବନେଶ୍ବର (କେନ୍ୟୁଜ୍): ରାଜ୍ୟ ପ୍ରଶାସନିକ ସେବାର କୃତୀ ପ୍ରତିଯୋଗୀଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। ୨୦୧୭ରେ ଏମାନେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ନବନିଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସେବା ପାଇଁ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବରେ ରହିବାକୁ ସେ କହିଛନ୍ତି। ସମସ୍ତ ନିଷ୍ପତ୍ତି ଲୋକଙ୍କ ହିତରେ ନେବାପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହ ଲୋକଙ୍କ ସମସ୍ୟା ଓ ସମାଧାନ ବୁଝିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ୧୦୨ଜଣ ମନୋନୀତ ହୋଇ ନିଯୁକ୍ତି ପତ୍ର ପାଇଛନ୍ତି।

 

You might also like