ଆକ୍ସନ ମୋଡରେ ନବୀନ, ସସ୍ମିତଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆକ୍ସନ ମୋଡରେ ନବୀନ ପଟ୍ଟନାୟକ । ସସ୍ମିତ ପାତ୍ରଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ୱାକଫ ବିଲ୍ ଭୋଟିଂକୁ ନେଇ ବିବାଦରେ ଅଛନ୍ତି ସାଂସଦ ସସ୍ମିତ ପାତ୍ର । ଏବେ ତାସକେଣ୍ଟରେ ଅଛନ୍ତି ସସ୍ମିତ ପାତ୍ର ।

ସସ୍ମିତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନବୀନ ତାହା ଉପରେ ନଜର।  ନିକଟରେ ନବୀନଙ୍କୁ ବିଜେଡିର ଯୁବ ନେତା ମଧ୍ୟ ଚିଠି ଲେଖିଥିଲେ । ଆଗରୁ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ ହେଉଥିଲା, ଏବେ ସେମିତି ନିଆଯାଉ। ବିଜେଡିର ଯୁବ ନେତାମାନେ ଏହି ଦାବି କରି ନବୀନଙ୍କୁ ଚିଠି ଲେଖିଥିଲେ ।

 

ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଲେନ ଡ୍ରାଇଭ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ