ଫନି ସହାୟତା ପାଇଁ ୱେବସାଇଟ rebuild, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫନି ପ୍ରଭାବିତଙ୍କ ସହାୟତା ପାଇଁ ଖୋଲିଲା ୱେବସାଇଟ। rebuild.odisha.gov.in ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପରବର୍ତ୍ତୀ ଥଇଥାନ ପାଣ୍ଠି ନିମନ୍ତେ ଉଦ୍ଦିଷ୍ଟ ଏହି ୱେବସାଇଟ ମାଧ୍ୟମରେ ଜନସାଧାରଣ ପାଣ୍ଠି ପ୍ରଦାନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଫନି ବିଧ୍ୱସ୍ତ ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନବାଡ଼ି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକର ତଥ୍ୟ ପ୍ରଦାନ କରାଯାଇ ତାହାର ଥଇଥାନ ଓ ପୁନରୁଦ୍ଧାର ପାଇଁ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବ। ବ୍ୟକ୍ତି ବିଶେଷ, କଂପାନୀ, ବିଭିନ୍ନ ସରକାରୀ ଉଦ୍ୟୋଗ ଓ ସଂସ୍ଥା ଏହା ମାଧ୍ୟମରେ ଉକ୍ତ ପ୍ରକଳ୍ପଗୁଡ଼ିକ ନିମନ୍ତେ ପାଣ୍ଠି ପ୍ରଦାନ କରିପାରିବେ। ଓଡ଼ିଶା ପୁନର୍ଗଠନ ନିମନ୍ତେ ଏହା ଏକ ବଳିଷ୍ଠ ମାଧ୍ୟମ ହେବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.