ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହେଲା ଗଜପତି ଦିବ୍ୟସିଂହ ଦେବଙ୍କ ରଚିତ ପୁସ୍ତକ ‘ମାଜେଷ୍ଟିକ ମାରା’

ଭୁବନେଶ୍ବର: ଉନ୍ମୋଚିତ ହେଲା ଗଜପତି ଦିବ୍ୟସିଂହ ଦେବଙ୍କ ରଚିତ ପୁସ୍ତକ ମାଜେଷ୍ଟିକ ମାରା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକ ଉନ୍ମୋଚନ କରିଛନ୍ତି । ୨୦୧୮ ଅଗଷ୍ଟରେ କେନିଆର ମାସାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତି ଉପରେ ଏହି ପୁସ୍ତକ ରଚନା କରାଯାଇଛି । ୮ ଦିନର ଭ୍ରମଣ କାଳରେ ଜଙ୍ଗଲର ବିଭିନ୍ନ ଫଟୋଚିତ୍ରକୁ ଉତ୍ତୋଳନ କରାଯାଇଥିବା ବେଳେ ଏହା ସଂପର୍କରେ ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ୨ଜଣ ଫଟୋଗ୍ରାଫରଙ୍କ ସହ ମୋଟ ୯ଜଣିଆ ଟିମ ଏହି ଗସ୍ତ କରିଥିଲେ। ବନ୍ୟପ୍ରାଣୀଙ୍କୁ ନିବିଡ଼ ଭାବେ ଦେଖିବାର ଅନୁଭୂତି ତାଙ୍କୁ ଏହି ପୁସ୍ତକ ରଚନା କରିବାକୁ ପ୍ରେରଣା ଦେଇଥିଲା ବୋଲି ଗଜପତି ଉଲ୍ଲେଖ କରିଛନ୍ତି। ବନ୍ୟପ୍ରାଣୀ ନଦୀ ପାର ହୋଇ କିଭଳି ସ୍ଥାନ ପରିବର୍ତ୍ତନ କରିଛନ୍ତି ସେ ସଂପର୍କରେ ରଚନା କରାଯାଇଛି। ପୁସ୍ତକରେ ବିଭିନ୍ନ ଫଟୋ ସହ ଏହା ସଂପର୍କରେ ବିବରଣୀ ମଧ୍ୟ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like