ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ: ପରାଜୟର କାରଣ କହିଲେ ନବୀନ

ଭୁବନେଶ୍ୱର : ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସେବା କରି ଚାଲିବ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ । ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ବର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ଓଡିଶା ସ୍ୱାର୍ଥର ସୁରକ୍ଷା ସହ କେନ୍ଦ୍ର ଅବିଚାର ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି କହିଛନ୍ତି ।

ଓଡିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ର ପରିଚୟ ଦେଇଛି ବିଜେଡି। ଓଡିଶା ଆଜି ବାହାର ରାଜ୍ଯକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା Sports Capital ର ପରିଚୟ ପାଇଛି ।

ପରାଜୟର କାରଣ କହିଲେ ନବୀନ

ଏହି ଅବସରରେ ସାଧାରଣ ନିର୍ବାଚନରେ ଦଳର ପରାଜୟର କାରଣ କହିଛନ୍ତି ନବୀନ। ବିଜେପିର ନକାରାତ୍ମକ ପ୍ରଚାର,ମିଛ ଗପ ଓ ମିଛ ପ୍ରତିଶ୍ରୁତିର କାଉଣ୍ଟର କରି ନ ପାରିବା ପରାଜୟ ର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ସୋସିଆଲରେ ମିଡିଆରେ ସକ୍ରିୟ ରହି ବିଜେପିର False narrative ର ଉଚିତ୍ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଇଭିଏମ ଓ ବିଜେପିକୁ ନେଇ ଆକ୍ଷେପ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଠାକୁର ଘରେ କିଏ ନା ମୁଁ କଦଳି ଖାଇନି । ନିକଟରେ ନିର୍ବାଚନ ପ୍ରକ୍ରିୟାରେ ଅସଙ୍ଗତି ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ପିଟିସନ ଦାଖଲ କରିଥିଲା । ବିଜେଡି ହାରିବା ପଛରେ ନିର୍ବାଚନ ପ୍ରକ୍ରିୟାରେ ଅସଙ୍ଗତି, ଏକ କାରଣ କି । ଏ ପ୍ରଶ୍ନର ଉତ୍ତରେ ନବୀନ କହିଥିଲେ ସେ ଦିଗ ଆଗେ ଏହା ଇଙ୍ଗିତ କରୁଛି । ଏହାର ବିସ୍ତୃତ ଅନୁଧ୍ୟାନ ହେବା ଆବଶ୍ୟକ । ଏହାସହ ଯଦି ପେପର ବାଲଟରେ ନିର୍ବାଚନ ହୁଏ ତେବେ ବିଜେଡି ତାକୁ ସମର୍ଥନ କରିବ ବୋଲି କହିଛନ୍ତି ନବୀନ । ବର୍ତ୍ତମାନ ଏକ ଦେଶ ଏକ ନିର୍ବାଚନ ନେଇ ଆଗତ ବିଲ ଆସିଛି। ଏହା ଉପରେ ବିଜେଡି ସମୀକ୍ଷା କରୁଛି ବୋଲି ନବୀନ କହିଛନ୍ତି। ଏହାସହ ନୀବନ ଆକ୍ଷେପ କରିଛନ୍ତି ଯେ, ଭୋଟିଂ ମେସିନକୁ ନେଇ ବିଜେପିକୁ ବିରୋଧରେ ଅଭିଯୋଗ କରାଯାଇ ନାହିଁ । ସେମାନ କାହିଁକି ଏତ ଉତ୍ସୁକତା ଦେଖାଉଛନ୍ତି । ଏହା କହି ସେ ଠାକୁର ଘରେ କିଏ ନା ମୁଁ କଦଳି ଖାଇନି ଉପାଖ୍ୟାନ କଥା କହିଥିଲେ ନବୀନ।